ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବୈଷୟିକ ଜ୍ଞାନକୌଶଳ ଏବଂ ଯୋଜନାଯୁକ୍ତ ସମନ୍ୱୟକୁ ଗୁରୁତ୍ୱ

ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାଲେରି ଏନ. ଗୁଆନେରି ରାଜ୍ୟର ବର୍ତ୍ତମାନ ଏବଂ ଭବିଷ୍ୟତର ଖାଦ୍ୟ ସୁରକ୍ଷା ସମ୍ପର୍କିତ ସହଭାଗିତା ଉପରେ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଖାଦ୍ୟ ନିରାପତ୍ତା ତଥା ପୃଷ୍ଟିହିନତାର ହ୍ରାସ ପ୍ରତି ରଣନୀତି ବିଷୟରେ ଆଲୋଚନା କରାଯାଇଛି। ଉପ ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ସହଯୋଗୀ ଅଭିବୃଦ୍ଧି ତଥା ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ସହିତ ବିଶ୍ଵ ଖାଦ୍ୟ କାର୍ଯ୍ୟକ୍ରମର ବୈଷୟିକ ଜ୍ଞାନକୌଶଳ ଏବଂ ଯୋଜନାମୁକ୍ତ ସମନ୍ଵୟକୁ ଗୁରୁତ୍ଵ ଦେଉଛନ୍ତି।

ଓଡ଼ିଶାରେ ଅନେକ ଅସୁରକ୍ଷିତ ସଂପ୍ରଦାୟର ଲୋକ ମଧ୍ୟ ରହିଛନ୍ତି।ସରକାର ଖାଦ୍ୟ ସୁରକ୍ଷା ପାଇଁ ନେଇଥିବା ପଦକ୍ଷେପ ସେମାନଙ୍କ ଖାଦ୍ୟ ନିରାପତ୍ତା ଏବଂ ଜୀବିକା ନିର୍ବାହର ସହାୟକ ହୋଇପାରିବ। ଏଥିସହ ପୂର୍ବରୁ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରିବା ପାଇଁ ଶୀତଳ ଭଣ୍ଡାରର ସୁବିଧା କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା। ବର୍ତ୍ତମାନ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଓଡ଼ିଶାର କୃଷି ଓ କୃଷକ ସଶକ୍ତିକରଣ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି। ଏହା କୃଷି ଏବଂ ଖାଦ୍ୟ ବ୍ୟବସ୍ଥାରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହେଉଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×