ରାଜ୍ୟରେ କେନ୍ଦୁପତ୍ର ତୋଳାଳୀଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ବିଶେଷ ପ୍ରୟାସ ଜାରି ରହିଛି। ରାଜ୍ୟରେ କେନ୍ଦୁପତ୍ର ତୋଳାଳୀ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବାରେ ମୂଳ ଉତ୍ସ ପାଲଟିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଡିଟରୀୟମ ପରିସରରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ ବାଣ୍ଟିଛନ୍ତି ମାନ୍ୟବର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରମିକଙ୍କ ସାମାଜିକ ସୁରକ୍ଷା, ସମ୍ମାନ ବଢ଼ାଇବା ସହ କଲ୍ୟାଣକାରୀ ଯୋଜନା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ସରକାର।
କେନ୍ଦୁପତ୍ର ତୋଳାଳୀଙ୍କୁ ଦିଆଯାଇଥିବା ବୋନସ ବିଶେଷକରି ସେମାନଙ୍କ ବିବାହ ଓ ମୃତ୍ୟୁ ସହାୟତା ପାଇଁ ପ୍ରଦାନ କରାଯାଇଛି। କେନ୍ଦୁପତ୍ର ସଂଗ୍ରହ କରୁଥିବା ମହିଳାମାନଙ୍କ ପାଇଁ ମୌଳିକ ସହାୟତାର ଆବଶ୍ୟକତା ରହିଛି, ତେଣୁ ସରକାର ସେମାନଙ୍କୁ କେରା ପିଛା ୨ ଟଙ୍କା ଏବଂ ଲାଭାଂଶ ୩୫ ପ୍ରତିଶତ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି। କେନ୍ଦୁପତ୍ର ଅର୍ଥନୀତି ପାଇଁ ଏକ ବିଶେଷ ପର୍ଯ୍ୟାୟ ହୋଇଥିବାରୁ ଏହାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦ୍ଵାରା କେନ୍ଦୁପତ୍ର ସଂଗ୍ରହ କରୁଥିବା ମହିଳା ମାନେ ସୁ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ