ଧାନ ଫସଲର ମାଟିଆଗୁଣ୍ଡି ଓ ଚକଡା଼ ପୋକ ନିରାକରଣ

ଧାନ ଫସଲରେ ଏହି ସମୟରେ ମାଟିଆଗୁଣ୍ଡି ଓ ଚକଡା଼ ପୋକ ଆକ୍ରମଣ କରିବାର ସମ୍ଭାବନା ରହିଛି। ତେଣୁ ମାଟିଆଗୁଣ୍ଡି ପୋକର ନିରାକରଣ ପାଇଁ ଧାନ ରୋଇବା ବେଳେ ପାଖାପାଖି ରୋଇବା ଅନୁଚିତ୍। ଏହି ସମୟରେ ଧାଡିକୁ ୨୦ ସେ.ମି ଓ ଗଛକୁ ୧୫ ସେ.ମି ବ୍ୟବଧାନ ରଖିବା ଉଚିତ୍। ପ୍ରତି ୮ ଧାଡ଼ି ପରେ ଗୋଟିଏ ଧାଡ଼ି ଫାଙ୍କା ଛାଡ଼ିଦେବା ଆବଶ୍ୟକ। ଯଦି ସେ ସମୟରେ ଏହି ସବୁ କରାଯାଇନଥିବା ତାହେଲେ, ଜମିରେ ପ୍ରତି ୧୦ ଧାଡ଼ି କିମ୍ବା ୬ ଫୁଟ ଅନ୍ତରରେ କତି କିମ୍ବା ପହି କରିଦେବା ଉଚିତ୍, ଯାହାଦ୍ଵାରା ଗଛ ମୂଳରେ ସୂର୍ଯ୍ୟାଲୋକ ପଡ଼ିବ ଓ ବାୟୁ ଚଳାଚଳ ସହଜ ହେବା ସହ କୀଟନାଶକ ପ୍ରୟୋଗରେ ସୁବିଧା ହେବ।

ମାଟିଆଗୁଣ୍ଡି ପୋକ ଆକ୍ରାନ୍ତ ଜମିରୁ ପାଣି ନିଷ୍କାସନ କରିଦେବା ଉଚିତ୍। ଆବଶ୍ୟକ ହେଲେ ୩ ରୁ ୪ ଦିନ ଜମି ଶିଖିବା ପରେ ପରେ ପୁଣି ପାଣି ମଡାଇବା ଆବଶ୍ୟକ। ବୁଢିଆଣୀ, ସରୁକଙ୍କି ଓ ବିରୁଡ଼ି ପୋକ ଆଦି ଉପକାରୀ କୀଟମାନେ ମାଟିଆଗୁଣ୍ଡି ପୋକକୁ ଶିକାର କରି ସେମାନଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିଥାନ୍ତି। ତେଣୁ ଅବିଚାରିତ ଭାବେ କୀଟନାଶକ ପ୍ରୟୋଗ କରି ଏଗୁଡ଼ିକୁ ମାରିବାର କୌଣସି ଆବଶ୍ୟକତା ନାହିଁ। ଜମିର ପରିମାଣ ନେଇ ଅନୁମୋଦିତ ମାତ୍ରାରେ କୀଟନାଶକ ପ୍ରୟୋଗ କରିବା ଆବଶ୍ୟକ। ଆବଶ୍ୟକ ପଡିଲେ ୭ ରୁ ୧୦ ଦିନ ବ୍ୟବଧାନରେ କୀଟନାଶକ ପରିବର୍ତ୍ତନ କରି ସିଞ୍ଚନ କରିବା ଆବଶ୍ୟକ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×