ମାଣ୍ଡିଆ ଗଛର ରୋଗ ଓ ପୋକ ପରିଚାଳନା

ମାଣ୍ଡିଆ ଗଛରେ ଦେଖାଦେଉଥିବା ମହିଷା ରୋଗର ପରିଚାଳନା ପାଇଁ ମାଣ୍ଡିଆ ଜମିରୁ ଭଲ ଭାବରେ ଘାସ ବାଛି ଦିଆଯାଏ। ମାଣ୍ଡିଆ କାଟିଲା ପରେ ଜମିରୁ ଘାସ ବୁଦାଗୁଡ଼ିକ ହଳ କରି କିମ୍ବା ପୋଡ଼ି ସଫା କରିଦିଆଯାଇଥାଏ। ଭଲ ଚାଷ ପାଇଁ ଠିକ୍ ସମୟରେ ରୁଆ କାର୍ଯ୍ୟ ଶେଷ କରିବା ଆବଶ୍ୟକ। ଏହାପରେ ୨୫୦ ଗ୍ରାମ ବେଲ କିମ୍ବା ତୁଳସୀ ପତ୍ରର ଛେଚାକୁ ୧୦ ଲିଟର ପାଣିରେ ଗୋଳାଇ ଏକ ଘଣ୍ଟା ରଖିଦିଆଯାଏ ଏବଂ ସେହି ପାଣିକୁ ଛାଣି ସପ୍ତାହରେ ଦୁଇ ଥର ପାତ୍ରରେ ସିଞ୍ଚନ କରାଯିବ ନିତାନ୍ତ ଜରୁରୀ। ଏହିପରି ପ୍ରଣାଳୀରେ ଚାଷ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ ଗଛର ଯତ୍ନ ନେବା ଆବଶ୍ୟକ।

ପରେ ୫ କି.ଗ୍ରା ନଗୁଆରି ପତ୍ରକୁ ୫ ଲିଟର ଗୋମୁତ୍ରରେ ତିନିଦିନ ଭିଯାଇ ରଖାଯାଏ ଏବଂ ସେହି ଦ୍ରବଣରେ ୯୦ ଲିଟର ପାଣି ମିଶାଇ, ଛାଣି ପତ୍ରରେ ସିଞ୍ଚନ କରାଯାଇଥାଏ। ଏହାପରେ ୫ ଲିଟର ଦହି ଚଲ୍ହାରେ ୪୦ କି.ଗ୍ରା ବିହନକୁ ବିଶୋଧନ କରାଯାଇଥାଏ କିମ୍ବା ୫ ଲିଟର ଦହି ଚଲ୍ହାରେ ୫୦ ଲିଟର ପାଣି ମିଶାଇ ପତ୍ରରେ ସିଞ୍ଚନ କରାଯାଏ। ବିଜାମୃତରେ ବିହନକୁ ଉତ୍ତମ ଭାବେ ବିଶୋଧନ ମଧ୍ୟ କରାଯିବା ଆବଶ୍ୟକ। ବିଶୋଧିତ ବିହନକୁ ୨୦ ସେ.ମି ଦୂରତା ରେ ସିଆର କାଟି ଧାଡିରେ ବୁଣାଯାଏ। ବୁଣା ପରେ ଧାଡି ଦିଗରେ ମଇ ଦେଇ ମାଟି ଘୋଡାଇ ଦିଆଯାଏ। ମାଟିରେ ବତର ଥିବା ସମୟରେ ବିହନ ବୁଣିବା ଭଲ ହୋଇଥାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×