କୃଷି ଓ କୃଷକଙ୍କ ସେବାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ

0

ନିଜ ଜୀବନ ସଂଗ୍ରାମରେ ସେ ବିଜୟୀ ଯୋଦ୍ଧା । ମୁକୁଟ ନଥାଇ ବି ସେ ସମ୍ରାଟର ଅଧିକାରୀ । ପରିବ୍ୟାପ୍ତ ତାଙ୍କର ଜୀବନର ପରିସର । ଯୁବାବସ୍ଥାରୁ ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରିବାର ଅହେତୁକ ସ୍ପୃହା ତାଙ୍କ ନିଶା । ବସୁଧୈବ କୁଟୁମ୍ବକମ୍‌ର ମର୍ମକୁ ମର୍ମେମର୍ମେ ଅନୁଭବ କରି ସେ ସାଜିଛନ୍ତି ଗରିବଙ୍କ ପାଇଁ ଆଶାବାଡ଼ି । ସୁଦୂର ହାଇଦ୍ରାବାଦରେ ନିଜର କର୍ମକ୍ଷେତ୍ର ସମ୍ଭାଳୁଥିବା ବେଳେ ମଧ୍ୟ ଓଡ଼ିଶାର ଯୁବକମାନଙ୍କ ପାଇଁ ସେ ସଦାସର୍ବଦା ତତ୍ପର । ମନରେ ଚେନାଏ ଆଶା , ଆଉ ଭାବନାରେ ମେଂଚାଏ ସ୍ୱପ୍ନକୁ ସାଥ୍‌ କରି ସେ ଜୀବନ ଯାତ୍ରାରେ ପଥଚାରୀ ସାଜିଲେଣି । ବାସ୍‌ ଇଚ୍ଛା ଲୋକଙ୍କ ପାଇଁ କାମ କରିବା । ବିଷବଳୟରେ ପ୍ରଦୂଷିତ ସମାଜକୁ ସବୁଜମୟ କରିବା ଦିଗରେ ସେ ସାଜିଛନ୍ତି ମଙ୍ଗୁଆଳ । ସବୁଜିମାର ରାଜରାସ୍ତାରେ ସେ ସୀମାହୀନ ପଥିକ । ପରିବେଶର ସୁଚିନ୍ତକ ପାଠକ ସେ । ଲକ୍ଷ୍ୟ ସାରା ଦୁନିଆକୁ ସବୁଜର ରଙ୍ଗରେ ରଙ୍ଗେଇଦେବା । ଯୁବ ମାନସିକତାକୁ ଭେଳିକି ଭେଳି ରଙ୍ଗରେ ସଜେଇଦେବା ତାଙ୍କ ଲକ୍ଷ୍ୟ । ଆଜି ଯୁବସମାଜ ପାଇଁ ନୂତନ ଦିଗଦର୍ଶକ ସାଜିଛନ୍ତି କଟକ ସଦରର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ।

ପ୍ର: ଜଣେ ସଫଳ ଇଂଜିନିୟରରୁ ଆଜି ବିଧାୟକ । ସମାଜର କଲ୍ୟାଣ ଦିଗରେ କାର୍ଯ୍ୟକରିବା ପାଇଁ ଆଗ୍ରହ କଣ ପାଇଁ ପ୍ରକାଶ କଲେ?

ଉ: ସତ କହିବାକୁ ଗଲେ ପିଲାଟି ଦିନରୁ ସମାଜ ପାଇଁ କିଛଇ କରିବାକୁ ବହୁତ ଭାବିଥିଲି । ବୋଧହୁଏ ସମୟର ଅଭାବ ଯୋଗୁଁ ସେସବୁକୁ ପୂରଣ କରିବାରେ ମୁଁ ଅକ୍ଷମ ଥିଲି । ଏବେ ହାଇଦ୍ରାବାଦରେ ଚାକିରୀ କରୁଛି ସତ , ହେଲେ ମନ ଆଉ ପ୍ରାଣ ଓଡ଼ିଶାରେ । ଓଡ଼ିଶାର ଯୁବକମାନଙ୍କୁ ସଶକ୍ତ କରିବା ମୋର ପ୍ରଧାନ ଲକ୍ଷ୍ୟ । ମୋ ମତରେ ସମାଜସେବା ହିଁ ମଣିଷକୁ ଯଥାର୍ଥ ଶାନ୍ତି ପ୍ରଦାନ କରେ । ସେଥିପାଇଁ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଚେଷ୍ଟା କଲି । କର୍ମକ୍ଷେତ୍ର ଆଉ ସମାଜସେବା – ଏ ଦୁଇଟି ଅଲଗା ଜିନିଷ । କିନ୍ତୁ ମୋ ହୃଦୟ ଆଉ ମନ ସବୁବେଳେ ଲୋକଙ୍କ ସେବାରେ ଅଛି ଆଉ ରହିବ ।

ପ୍ର: ଆମ ରାଜ୍ୟର ଚାଷୀ ମାନଙ୍କ ପାଇଁ କଣ ବାର୍ତ୍ତା ରହିବ?

nano urea

ଉ: ମୋ ମତରେ ଓଡ଼ିଶାର ଚାଷୀ ମାନେ ଖୁବ୍‌ ପାରଙ୍ଗମ । କାରଣ ଆମେ ଓଡ଼ିଆ ଭାରି ବଢ଼ିଆ । ଆମ ରାଜ୍ୟର ଚାଷୀ ମାନେ ଦୃଢ଼ ମନୋବଳ ନେଇ ଚାଷ କରନ୍ତି । କଅଷିର ବିକାଶରେ ହିଁ ରାଷ୍ଟ୍ରର ବିକାଶ ହୋଇଥାଏ । ଆମ ପାଖରେ ପର୍ଯ୍ୟର୍ାପ୍ତ ଚାଷ ଜମି ଅଛି । ଏ ଚାଷ ଜମିରୁ ଆମେ ଉପାର୍ଜନ କରିପାରିବା । କୃଷି ଓ କୃଷକ ମାନଙ୍କ ବିକାଶ ଦିଗରେ ଆମେ କାର୍ଯ୍ୟ କରୁଛୁ । ଆଗକୁ ମଧ୍ୟ କୃଷକ ସମାଜ ପାଇଁ ଆମେ କାର୍ଯ୍ୟ କରିବୁ ।
ପ୍ର: ଯୁବସଶକ୍ତିକରଣ ରୂପରେଖ କିପରି ସ୍ପଷ୍ଟ କରାଯାଇପାରିବ?

ଉ: ସଶକ୍ତିକରଣ କେବଳ ଏକ ଶବ୍ଦ ନୁହେଁ ଏହା ଭିତରେ ଭରି ରହିଛି ଅନେକ କିଛି ଅକୁହା କଥା । ସଶକ୍ତିକରଣ ଏପରି ହେବା ଦରକାର ଯେ ଦେଶର ଯେକୋ÷ଣସି କାର୍ଯ୍ୟରେ ଯୁବକ ମାନଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିପାରୁଥିବ । ଯୁବସମାଜ ହିଁ ରାଷ୍ଟ୍ରଶକ୍ତି । ସେମାନେ ସଶକ୍ତ ହେଲେ ରାଷ୍ଟ୍ର ସଶକ୍ତ ହେବ । ଏଥିରେ ଦ୍ୱିମତ ନାହିଁ । ପରନ୍ତୁ ଯଦି ସବୁ ଯୁବକ ନିଜ ଆତ୍ମବିଶ୍ୱାସକୁ ବଢ଼ାଇବା ସହ ରାଷ୍ଟ୍ର ନିର୍ମାଣ ଦିଗରେ ପାଦ ମିଳେଇ ଆଗକୁ ଆସନ୍ତି , ତାହେଲେ ଯୁବ ସଶକ୍ତିକରଣର ରୂପରେଖ ସ୍ପଷ୍ଟ ହୋଇପାରିବ ।

ପ୍ର: ଆଜିର ଯୁବଗୋଷ୍ଠୀଙ୍କ ପାଇଁ କଣ ମତାମତ ଦେବେ?
ଉ: ମୋ ମତରେ ହେ ଯୁବବନ୍ଧୁ ଭାଇ ଓ ଭଉଣୀ , ଆସ ହାତରେ ହାତ ମିଳେଇବା । ସମାଜର କଲ୍ୟାଣ ଦିଗରେ କାମ କରିବା । ମୁଁ ନୁହେଁ ଆମେ ର ପରମ୍ପରାରେ ନିଜକୁ ସାମିଲ କରିବା । ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଂଜଳି ଦେଇ ରାଷ୍ଟ୍ରର କଲ୍ୟାଣ ଦିଗରେ କାର୍ଯ୍ୟ କରିବା । ତାହେଲେ ଯାଇ ରାଷ୍ଟ୍ରର ସ୍ୱାଥଁ ଚରିତାର୍ଥ ହୋଇପାରିବ । ଏଥିରେ ସନ୍ଦେହର ଅବକାଶ ନାହିଁ ।

(ଏହାର ଏକ କିୟଦଂଶ ୧୮ ନଭେମ୍ବର , ୨୦୧୯ରେ ଶ୍ୟାମଳ ସୁବର୍ଣ୍ଣରେ ପ୍ରକାଶିତ ହୋଇଥିଲା )

ଉପସ୍ଥାପନା – ଡି ଶୁଭମ୍‌

Leave A Reply

Your email address will not be published.

4 × 1 =