ଦାରିଙ୍ଗବାଡି ହେବ ଚେରି ବ୍ଲସମ୍ ସ୍ପଟ୍

0

ଓଡ଼ିଶାର ଦାରିଙ୍ଗବାଡି ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ। ଏଠାରେ ଏକ ଚେରି ବ୍ଳସମ୍ ଉଦ୍ୟାନ କରି ଏହାକୁ ଆହୁରି ଆକର୍ଷଣୀୟ ସୌନ୍ଦର୍ଯ୍ୟରେ ପରିପୂର୍ଣ କରିବା ପାଇଁ ପ୍ରୟାସ ଜାରି ରଖିଛି ଜଙ୍ଗଲ ଓ ପରିବେଶ ବିଭାଗ। କିନ୍ତୁ ବର୍ତ୍ତମାନ ମେଘାଳୟରୁ ୧ ହଜାର ଗଛ ଆଣି ଦାରିଙ୍ଗବାଡିରେ ପରୀକ୍ଷାମୂଳକ ଭାବେ ଲଗାଯିବ। ଏହା ସଫଳ ହେବା ପରେ ଏଠାରେ ଏକ ବଡ଼ ପାର୍କ ତିଆରି କରାଯିବ, ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ମତୁଆଲା କରିବ। ଚେରି ବ୍ଲସମ ଗଛ ସାଧାରଣତଃ ଥଣ୍ଡା ଜଳବାୟୁ ଅଞ୍ଚଳରେ ଦେଖାଯାଏ। ଜାପାନରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ତେଣୁ ଜାପାନରେ ପ୍ରତି ବର୍ଷ ଚେରି ବ୍ଲସମ୍ ଫେଷ୍ଟିଭାଲ ପାଳନ କରାଯାଏ। ଏହାର ସୌନ୍ଦର୍ଯ୍ୟ ଅନ୍ୟ ଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ।

ବର୍ତ୍ତମାନ ପର୍ଯ୍ୟଟକମାନଙ୍କୁ ଜାପାନ ଯିବାକୁ ପଡ଼ିବ ନାହିଁ କାରଣ ଓଡ଼ିଶାର ଦାରିଙ୍ଗବାଡି ଲୋକମାନଙ୍କୁ ଚେରି ବ୍ଲସମ୍ ଉଦ୍ୟାନର ଆନନ୍ଦ ବାତାବରଣ ଯୋଗାଇଦେବା। ଏହି ଗଛରେ ଫୁଲ ଫୁଟିବା ସମୟରେ ପତ୍ର ଦେଖଦେଇନଥାଏ, ଯାହାକି ଏହା ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ପର୍ଯ୍ୟଟନ ସ୍ଥଳୀ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ। ଓଡ଼ିଶାର ଦାରିଙ୍ଗବାଡି ଥଣ୍ଡା ଅଞ୍ଚଳ ହୋଇଥିବାରୁ ଏଠାରେ ଚେରି ବ୍ଲସମ୍ ଗଛ ସଠିକ୍ ବୃଦ୍ଧି ହୋଇଥାଏ। ପ୍ରଥମେ ପରୀକ୍ଷାମୂଳକ ଭାବେ ରୋପଣ କରାଯାଇ, ଏହା ସଫଳ ହେବା ପରେ ଉଦ୍ୟାନ ପ୍ରସ୍ତୁତ କରାଯିବ, ଏହାପରେ ଜାପାନ ଭଳି ଓଡ଼ିଶାରେ ମଧ୍ୟ ଚେରି ବ୍ଲସମ୍ ଫେଷ୍ଟିଭାଲ କରାଯିବ।

nano urea

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

sixteen − one =