ରବି ଆଳୁ ଚାଷ ପାଇଁ ଫସଲ ସଂରକ୍ଷଣ

ରବି ଋତୁରେ ଆଳୁ ଚାଷ ପାଇଁ ବିହନ ଲଗାଇବା ପରେ ବେଳେ ବେଳେ ମାଟି ଭିତରେ ବିହନ ସଢ଼ିଯାଇ ଅମଳ କମିଯାଏ। ବିହନ ଆଳୁକୁ ଶୀତଳ ଭଣ୍ଡାରରେ ରଖିବା ପୂର୍ବରୁ ୩ ପ୍ରତିଶତ ବୋରିକ ଏସିଡ ଦ୍ରବଣରେ ବିଶୋଧନ କରାଯାଇଥିଲେ ସଢ଼ିବାର ସମସ୍ୟା ଅଧିକାଂଶ କମିଯାଏ। ବିହନ ଲଗାଇବା ପୂର୍ବରୁ ଏକର ପ୍ରତି ୧୨ କି.ଗ୍ରା. ହିସାବରେ ବ୍ଲିଚିଂ ପାଉଡର ମାଟିରେ ପ୍ରୟୋଗ କଲେ ବିହନରେ ସଢ଼ା ଓ ଝାଉଁଳା ରୋଗର ପ୍ରଭାବ କମିଯାଏ। ବିହନ ଆଳୁ ବ୍ଳିଚିଂ ପାଉଡର ସଂପର୍ଶରେ ଆସିବା ଅନୁଚିତ୍, ତେଣୁ ବ୍ଲିଚିଙ୍ଗ ପାଉଡରକୁ ମାଟିରେ ଭଲ ଭାବରେ ମିଶାଇ ଦେବା ଆବଶ୍ୟକ।

ଆଳୁ ବିହନ ଲଗାଇବା ସମୟରେ ହେକ୍ଟର ପ୍ରତି ୨୦ କି.ଗ୍ରା. ଫିପ୍ରୋନିଲ ୦.୩ ଜି ମାଟିରେ ପ୍ରୟୋଗ କଲେ କ୍ଷତିକାରୀ କୀଟମାନଙ୍କ ଠାରୁ ଫସଲ ରକ୍ଷା ପାଏ। ସହଳ ପତ୍ରପୋଡା ରୋଗ ଦେଖାଦେଲେ ୧ ଲିଟର ପାଣିରେ ୨.୫ ମାନକୋଜେବ ମିଶାଇ ୧୦ ଦିନ ଅନ୍ତରରେ ସିଞ୍ଚନ କରିବାକୁ ପଡ଼ିଥାଏ। ଜଉପୋକ, ଧଳା ମାଛି ପ୍ରଭୃତି ସୋଶୋକ କୀଟ ଦେଖାଦେଲେ ପ୍ରତି ୧୦ ଲିଟର ପାଣିରେ ୪ ମି.ଲି. ଇମିଡାକ୍ଲୋପ୍ରିଡ ଔଷଧ ମିଶାଇ ୧୫ ଦିନ ଅନ୍ତରରେ ସିଞ୍ଚନ କରାଯିବ ଉଚିତ୍। ଏହି ପ୍ରଣାଳୀ ଅବଲମ୍ବନ କରି ଆମେ ରବି ଋତୁର ଆଳୁ ଫସଲକୁ ସଂରକ୍ଷଣ କରିପାରିବା ସହ କ୍ଷତିକାରକ ରୋଗରୁ ମଧ୍ୟ ବଞ୍ଚିତ କରିପାରିବା।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×