ରାଜ୍ୟରେ ଲାଗୁ ହେବ ସିଏମ କିଶାନ ଯୋଜନା

ରାଜ୍ୟରେ ଖୁବ ଶିଘ୍ର ଲାଗୁ ହେବ ସିଏମ କିଶାନ ଯୋଜନା। ପୂର୍ବରୁ ରାଜ୍ୟର ଚାଷୀମାନେ କାଳିଆ ଯୋଜନା ମାଧ୍ୟମରେ ସରକାରଙ୍କ ଆର୍ଥିକ ସହାୟତା ପାଇ ଉପକୃତ ହେଉଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଳିଆ ଯୋଜନା ପରିବର୍ତ୍ତେ ସିଏମ କିଷାନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାଦ୍ବାରା ଚାଷୀଙ୍କୁ ବର୍ଷକୁ ୨ଟି କିସ୍ତିରେ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା ମିଳିବ ଏବଂ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨,୫୦୦ ଟଙ୍କା ମିଳିବ। ଏହି ଯୋଜନାରେ ସମସ୍ତ ଚାଷୀ ତଥା ଭୂମିହୀନ, ପିଏମ କିଷାନ ଯୋଜନରେ ଅନ୍ତର୍ଭୁକ୍ତ ଚାଷୀ ମଧ୍ୟ ଆର୍ଥିକ ସହାୟତା ପାଇପାରିବେ।

ଚାଷୀମାନେ ନୂତନ ଭାବେ ସିଏମ କିଷାନ ଯୋଜନାରେ ସାମିଲ ହେବା ପାଇଁ ମଧ୍ୟ ପୋର୍ଟାଲରେ ମଧ୍ୟ ଆବେଦନ କରିପାରିବେ। ଏହି ଯୋଜନାରେ ଟଙ୍କା କିସ୍ତି ହିସାବରେ ନୂଆଖାଇ ଏବଂ ଅକ୍ଷୟତୃତୀୟାରେ ଚାଷୀଙ୍କୁ ମିଳିପାରିବ। ପୂର୍ବ ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନାକୁ ବନ୍ଦ କରାଯାଇ ନୂତନ ମୁଖ୍ୟମନ୍ତ୍ରୀ ସିଏମ କିଷାନ ଯୋଜନା ଆରମ୍ଭ କରିବେ। ଯେଉଁମାନେ ପ୍ରକୃତ ଚାଷୀ ଏବଂ ଯୋଗ୍ୟ ହିତାଧିକାରୀ, ସେମାନେ ଏହି ଯୋଜନାରେ ଉପକୃତ ହୋଇପାରିବେ। ୪୫ ଲକ୍ଷ ୭୬ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହଜାର ୧୨୨ ଭୂମି ହୀନ ଚାଷୀ ସିଏମ କିଷାନ ଟଙ୍କା ପାଇପାରିବେ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×