ସିଏମ କିଷାନ୍ : ଓଡ଼ିଶାର ଚାଷୀଙ୍କୁ ସରକାରଙ୍କ ବଡ଼ ଭେଟି

ପଶ୍ଚିମ ଓଡ଼ିଶାର କୃଷିଭିଭିକ ଗଣପର୍ବ ନୂଆଁଖାଇ ଅବସରରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସିଏମ୍ କିଷାନ ଯୋଜନା। ଓଡ଼ିଶାର ଚାଷୀମାନଙ୍କୁ ବିଜେପି ସରକାର ଅର୍ଥାତ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷି ଭିତ୍ତିକ ଆର୍ଥିକ ସହାୟତା ଯୋଜନା ‘ ସିଏମ କିଷାନ୍ ‘ ଯୋଜନା ଆଜି ଶୁଭାରମ୍ଭ କରିବେ। ସେ ନୂଆଖାଇ ଅବସରରେ ଚାଷୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ, ଯାହାକି ଆଜି ସମ୍ବଲପୁରରେ ପହଞ୍ଚି ମା ସମଲେଶ୍ବରୀଙ୍କ ଦର୍ଶନ କରି ପ୍ରଥମ କିସ୍ତିର ଶୁଭାରମ୍ଭ କରିବେ।

ସମ୍ବଲପୁରରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଚାଷୀ ଭାଇଭଉଣୀମାନଙ୍କୁ ସିଏମ୍ କିଷାନ୍ ଅର୍ଥ ରାଶି ପ୍ରଦାନ କରିବେ। ଖରିଫ୍ ଓ ରବି ଫସଲ ପୂର୍ବରୁ ଯୋଗ୍ୟ କ୍ଷୁଦ୍ର ନାମମାତ୍ର ଚାଷୀ ମାନେ ଡିବିଟି ମାଧ୍ଯମରେ ବର୍ଷକୁ ଦୁଇଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ। ପ୍ରତ୍ୟେକ ବର୍ଷ ଦୁଇଥର ନୂଆଖାଇ ଏବଂ ଅକ୍ଷୟତୃତୀୟାରେ ଓଡ଼ିଶାର ଚାଷୀଙ୍କୁ ଦୁଇଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଯେଉଁ ଚାଷୀମାନେ ପିଏମ୍ କିଷାନ ସମ୍ମାନ ନିଧି ସହାୟତା ପାଇଛନ୍ତି ସେମାନେ ଯୋଜନାରୁ ବାଦ୍ ପଡ଼ିବେ । ନୂଆଖାଇରେ ସିଏମ୍ କିଷାନର ଶୁଭାରମ୍ଭ ହେବାକୁ ଯାଉଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×