ଗ୍ରାମବାସୀଙ୍କୁ ସ୍ବାବଲମ୍ବୀ କରୁଛି ଲଙ୍କା ଚାଷ

କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅଞ୍ଚଳର ୧୦ ରୁ ଅଧିକ ଗ୍ରାମବାସୀ ପାଠ ପଢି ମଧ୍ୟ ଦିନ ମଜୁରିଆ କାମ କରି ନିଜର ଭରଣ ପୋଷଣ କରୁଥିଲେ। ନିଜର ପରିବାର ପୋଷିବା ଏବଂ ପେଟକୁ ଦାନା ଯୋଗାଇବା ପାଇଁ ଜଙ୍ଗଲ ଓ ଜଙ୍ଗଲଜାତୀୟ ଦ୍ରବ୍ୟ ଉପରେ ନିର୍ଭର କରିଥିଲେ ସେମାନେ। କିନ୍ତୁ ବର୍ତ୍ତମାନ ଗ୍ରାମବାସୀମାନେ ଲଙ୍କା ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ପାଠପଢି ମଧ୍ୟ ନିଜକୁ ପରିଚିତ କରିବା ପାଇଁ ସେମାନଙ୍କ ପାଖରେ କୌଣସି ଉପାୟ ନଥିଲା, କିନ୍ତୁ ଏବେ ଲଙ୍କା ଚାଷ ସେମାନଙ୍କୁ ଉଦ୍ୟୋଗୀ ବନାଇବାରେ ସାହାଯ୍ୟ କରିଛି।

ଲଙ୍କା ଚାଷକୁ ନିଜର ବୃତ୍ତି ଭାବେ ଆପଣେଇ ସେମାନେ ଅନ୍ୟ ଚାଷୀ ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ଉଦାହରଣ ସାଜିବା ସହ ଲକ୍ଷପତି ମଧ୍ୟ ହୋଇପାରିଛନ୍ତି। କାଳିଆପାଲ ଡ୍ୟାମ ସାହିର ସୁକାନ୍ତି ନାୟକ ନାମକ ଜଣେ ମହିଳା ୮୦ ଗ୍ରାମ ଲଙ୍କା ମଞ୍ଜିରେ ୬୦ ଡିସିମିଲ ଜମିରେ ଲଙ୍କା ଚାଷ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୯ କ୍ଵିଣ୍ଟାଲ ଲଙ୍କା ବିକ୍ରି କରି ଲକ୍ଷପତି ହୋଇପାରିଛନ୍ତି। ସେହିପରି ଅନ୍ୟ ମହିଳା ଚାଷୀ ମାନେ ନିଜର ସଫଳତା ବିଷୟରେ ମଧ୍ୟ କହିଛନ୍ତି। ଲଙ୍କା ଚାଷ ପାଇଁ ସରକାରଙ୍କ ତରଫରୁ ମଞ୍ଜି, ବିହନ, ସାର ଓ କୀଟନାଶକ ମଧ୍ୟ ଯୋଗାଇ ଦିଆଯାଇଥିଲା, ଯାହାକି ସ୍ୱୟଂ ସହାୟକ ଗୋଷ୍ଠୀର ଏହି ମହିଳାମାନଙ୍କୁ ଲଙ୍କା ଚାଷ ସହ ଅନ୍ୟ ପନିପରିବା ଚାଷ ମଧ୍ୟ କରିବା ପାଇଁ ଉତ୍ସାହିତ କରିଥିଲା।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×