ରାଜ୍ୟ ସରକାର କେନ୍ଦୁପତ୍ର ହିତାଧିକାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା ଅଧୀନରେ ୮,୫୯,୪୪୯ ଜଣ କେନ୍ଦୁପତ୍ର ତୋଳାଳି ମାନଙ୍କ ନିମନ୍ତେ ୨୫% ହାରରେ ₹୫୨.୬୩ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିବାପାଇଁ ଘୋଷଣା କରିଛନ୍ତି। ସେହିପରି, ୨୦,୫୦୨ ଜଣ କେନ୍ଦୁପତ୍ର ବନ୍ଧେଇ ଶ୍ରମିକମାନଙ୍କୁ ୫% ହାରରେ ₹୧.୯୪ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଏବଂ ୧୬,୭୫୪ ଜଣ କେନ୍ଦୁପତ୍ର ସାମୟିକ କର୍ମଚାରୀମାନଙ୍କୁ ୫% ହାରରେ ₹୪.୯୯ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାପାଇଁ ସରକାର ଘୋଷଣା କରିଛନ୍ତି।
ଉପରୋକ୍ତ ଲାଭାଂଶକୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ (ଡ଼ିବିଟି) ମାଧ୍ୟମରେ ପ୍ରଦାନ କରାଯାଉଅଛି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନାର ସଫଳ ରୂପାୟନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ “ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି” ମାଧ୍ୟମରେ ୫୦.୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଅଛି। ରାଜ୍ୟରେ କେନ୍ଦୁପତ୍ରର ଚାହିଦା ଏବଂ ଆବଶ୍ୟକତା ରହିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟ ବାହାରକୁ ମଧ୍ୟ ଏହାର ରପ୍ତାନି ରହିଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ