ଚାଷୀ ଭାଇ ଏ ରାଜ୍ୟର ସାରଥୀ : ମୁଖ୍ୟମନ୍ତ୍ରୀ

ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ ଭାବେ ପରିଚିତ। ରାଜ୍ୟରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି ଏବଂ ଓଡ଼ିଶାରେ ଦିନକୁ ଦିନ ସମସ୍ତ ପ୍ରକାରର ଚାଷ ଦେଖିବାକୁ ମିଳୁଛି। ଓଡ଼ିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି କେବଳ ଚାଷୀଙ୍କ ପାଇଁ, ଚାଷୀମାନେ ନିଜର ପରାକ୍ରମ ବଳରେ ସଫଳ ଚାଷୀ ଭାବେ ପରିଚିତ ହେବା ସହ ଓଡ଼ିଶାକୁ ସମଗ୍ର ଦେଶ ଏବଂ ଦେଶ ବାହାରେ ମଧ୍ୟ ଗର୍ବିତ କରାଉଛନ୍ତି। ଚାଷୀଙ୍କ ଉନ୍ନତି ହେଲେ ସମସ୍ତ କ୍ଷେତ୍ରରେ ଉନ୍ନତି ହେବ ବୋଲି ବହୁ ଆଗରୁ ଲୋକବାଣୀ ମଧ୍ୟ ରହିଆସିଛି। ଚାଷୀଙ୍କ ବିନା ପରିଶ୍ରମରେ କେହି ସହଜରେ ବଞ୍ଚିବା ସମ୍ଭବପର ନୁହଁ, ତେଣୁ ରାଜ୍ୟର ନୂତନ ସରକାର ନିର୍ବାଚନ ପୂର୍ବରୁ ଘୋଷଣା କରିଥିବା ଧାନ କ୍ରୟର ନିୟମାବଳୀ ଅର୍ଥାତ୍, ଧାନ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କା କିଣାଯିବା ଓ କଟନି ଝଟନି ଉପରେ ରୋକ୍ ଲଗାଯିବାକୁ ନେଇ ମୋହର ଲାଗିସାରିଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଚାଷର ପ୍ରକ୍ରିୟା ଓ ଚାଷୀଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ସର୍ବଦା ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ। ଜମିକୁ ଜଳ ଯୋଗାଣ, ଚାଷୀଙ୍କୁ ନୂତନ ଜ୍ଞାନକୌଶଳ, ଉତ୍ପାଦିତ ଶସ୍ୟକୁ କ୍ରୟ କରି ଚାଷୀଙ୍କୁ ଉତ୍ତମ ମୂଲ୍ୟ ଯୋଗାଇଦେବା ଏବଂ ଉପଯୁକ୍ତ ବୋନସ ସହ ଅନେକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ପାଇଁ ଆଜିର ସରକାର ସର୍ବଦା ଅଗ୍ରସର ରହିଛି। ଜଳଯୋଗାଣର ଅଭାବରେ ଅନେକ ଚାଷୀ ବହୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ଯାହାକି ଏହା ସମଗ୍ର ରାଜ୍ୟରେ ଚାଷ କାର୍ଯ୍ୟ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ଋଣ ମଧ୍ୟ କରୁଛନ୍ତି, ଶେଷରେ ଋଣ ନସୁଝିପାରି ଅନେକ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି, ତେଣୁ ଏହାକୁ ମଧ୍ୟ ଦୃଷ୍ଟିରେ ରଖି ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×