ଦେଶରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ (ସିଏ) ସମୁଦାୟ ବୃଦ୍ଧି ପାଇଲେ ବ୍ୟବସାୟ ବୃଦ୍ଧି ପାଇବ। ଏହି କମ୍ୟୁନିଟିର ବନ୍ଧୁମାନେ କୃଷି ଉତ୍ପାଦ ସଂଗଠନ ତଥା ଏଫପିଓ, ଷ୍ଟ୍ରିଟ୍ ଭେଣ୍ଡର ବା ଉଠା ବ୍ୟବସାୟୀ ଏବଂ ଲକ୍ଷପତି ଦିଦି ଭଳି ବିଷୟ ସହ ଯୋଡିହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଉପ-ଆଞ୍ଚଳିକ ସମ୍ମିଳନୀ ‘ସକ୍ଷମ-୨୦୨୫’ର ଉଦଘାଟନୀ ଅଧିବେଶନରେ ଯୋଗଦେଇ ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।
ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିମାନଙ୍କର ଯୋଗଦାନ ଭାରତକୁ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ କରିଛି। ଏହିପରି ପ୍ରୟାସ ଲାଗି ରହିଲେ ଆଗାମୀ ଦିନରେ ବିଶ୍ୱରେ ଭାରତର ପରିଚୟ ବୃଦ୍ଧି ହେବା ସହ ଦେଶ ତୃତୀୟ ସ୍ଥାନରେ ପହଞ୍ଚିପାରିବ ବୋଲି ଆଶା କରାଯାଉଛି। ଆଗାମୀ ୨୦୩୬ ସୁଦ୍ଧା ଓଡିଶାରେ ୧୦୦ କ୍ୟୁବର ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ପ୍ରତ୍ୟେକ ଷ୍ଟାର୍ଟଅପର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା କରିବାର ଯୋଜନା କରିଛନ୍ତି ବୋଲି ମାନ୍ୟବର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ