ଜୈବିକ ପଦ୍ଧତିରେ ବିହନ ବିଶୋଧନ

ଗଛରେ ଅନେକ ପ୍ରକାର ରୋଗ ବିହନରୁ ସଂକ୍ରମିତ ହୋଇଥାଏ ଯାହାକୁ ବିହନ ବିଶୋଧନ ଦ୍ୱାରା ପ୍ରତିରୋଧ କରିହେବ I ଯଦି ଠିକ ଭାବରେ ପରିଚାଳନା କରା ନ ଯାଏ, ତେବେ ରୋଗ ପୋକ ଆକ୍ରମଣ ଫସଲର ଅମଳ ଉପରେ ଗମ୍ଭୀର କୁପ୍ରଭାବ ପକାଇବ Iବିହନ ବିଶୋଧନ ହେଉଛି ବିହନକୁ ସୁରକ୍ଷା ଦେବାପାଇଁ ଏଥିରେ ପ୍ରୟୋଗ କରଯାଉଥିବା ଜୈବିକ, ଭୌତିକ ଏବଂ ରାସାୟନିକ ପଦାର୍ଥ ଏବଂ କୌଶଳକୂ ବୁଝାଏ ଯାହା ସୁସ୍ଥ ଫସଲ ବୃଦ୍ଧିରେ ସାହାଯ୍ୟ କରିଥାଏ। ବିହନ ବିଶୋଧନ କରିବାଦ୍ୱାରା ଫସଲ ବିହନ ବାହିତ ରୋଗରୁ ମୁକ୍ତ ହେବା ସହ ଫସଲରେ ପ୍ରୟୋଗ କରାଯାଉଥିବା କୀଟନାଶକ ଔଷଧରେ ମଧ୍ୟ କମ ଖର୍ଚ୍ଚ ହୋଇଥାଏ I ସହଳ ଦେଖାଯାଉଥିବା ରୋଗ ପୋକ ଦମନ କରିବାପାଇଁ ବିହନ ବିଶୋଧନ ବହୁତ ଅଧିକ ଦକ୍ଷତାର ସହ କାମ କରିଥାଏ।

ଜୈବିକ ପଦ୍ଧତିରେ ବିହନ ବିଶୋଧନ କରିବା ପାଇଁ ୫ କି. ଗ୍ରା ଗୋବରକୁ ଏକ କପଡ଼ାରେ ଭଲ ଭାବରେ ବାନ୍ଧି ୨୦ ଲିଟର ପାଣି ଥିବା ଡ୍ରମ ଭିତରେ ଝୁଲାଇ ରଖନ୍ତୁ, ଯେପରି ୯୦ ଭାଗ କପଡା ଗୋଟିଏ ରାତି ପାଣିରେ ବୁଡି ରହିବ। ଅନ୍ୟ ଏକ ପାତ୍ରରେ ୧ ଲିଟର ପାଣିରେ ୫୦ ଗ୍ରାମ ଚୁନକୁ ଗୋଟିଏ ରାତି ପାଇଁ ଭିଯାଇ ରଖନ୍ତୁ। ଏହାର ପରଦିନ ଭିଯିଥିବା ଗୋବର ମିଶା କପଡ଼ାକୁ ଭଲ ଭାବେ ଚିପୁଡି ଡ୍ରମର ପାଣିରେ ମିଶାନ୍ତୁ। ସେହି ମିଶ୍ରଣରେ ଗୋଟିଏ ମୁଠା ବିଲ ମାଟି, ଚୂନ ଭିଜା ପାଣି ଓ ୫ ଲିଟର ଗୋମୂତ୍ରକୁ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଯାଇଥିବା ବିଯାମୃତକୁ ୧୦୦ କି. ଗ୍ରା ବିହନ ଉପରେ ସିଞ୍ଚନ କରି ଛାଇ ଜାଗାରେ ଶୁଖାଇ ଦିଅନ୍ତୁ କିମ୍ବା ବିହନକୁ ଗୋଟିଏ କପଡ଼ାରେ ବାନ୍ଧି ବିଜାମୃତରେ ୧୫ ମିନିଟ ବୁଡାଇ ବିଶୋଧନ କରନ୍ତୁ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×