ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ

ଆସନ୍ତା ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସିଇଓ ବିଲ ଗେଟ୍ସ। ତାଙ୍କ ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହା ସହ ଭୁବନେଶ୍ୱର କୃଷି ଭବନ ପରିଦର୍ଶନ କରିବେ।

ସୂଚନା ଅନୁଯାୟୀ, ୨୦୧୭ ରେ ମେଲିଣ୍ଡା ଫାଉଣ୍ଡେସନ ସହ ଚୁକ୍ତି ହୋଇଥିଲା। କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଚୁକ୍ତି ହୋଇଥିଲା।

ଚାଷୀମାନଙ୍କର ଆର୍ଥିକ ଅଭିବୃଦ୍ଧି, ମହିଳା ସଶକ୍ତିକରଣ ଓ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ କୃଷି ବିଭାଗ ଓ ମେଲିନ୍ଦା ଫାଉଣ୍ଡେସନ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଥିଲା। ରାଜ୍ୟ ରେ କ୍ଷୁଦ୍ର ଚାଷୀମାନଙ୍କର ଜୀବନ ଧାରଣର ମାନବୃଦ୍ଧି ଏବଂ ଉନ୍ନତ କୃଷି ପ୍ରଣାଳୀ ମାଧ୍ୟମରେ ଉତ୍ପାଦନ ବୃଦ୍ଧିରେ ଏହି ଚୁକ୍ତିନାମା ସହାୟକ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ବୁଝାମଣା ଅନୁଯାୟୀ, ଫାଉଣ୍ଡେସନ ପକ୍ଷରୁ ସମସ୍ତ କୃଷି ପ୍ରକ୍ରିୟାକୁ ଡିଜିଟାଲାଇଯେଶନ କରିବା ସହିତ କୃଷକମାନଙ୍କୁ ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଏସବୁ ବିଷୟରେ ମଧ୍ୟ ବିଲ ଗେଟ୍ସ ଆଲୋଚନା କରିବେ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×