ଫସଲର ଗୁଣବତ୍ତା ବୃଦ୍ଧିରେ ଜୈବିକ ସାର

0

ଜମିର ଉର୍ବରତା ବୃଦ୍ଧି ନିମନ୍ତେ ପ୍ରୟୋଗ କରାଯାଉଥିବା ସହାୟକ ସୂକ୍ଷ୍ମ ଜୀବମାନଙ୍କୁ (ଜୀବାଣୁ , ଫିମ୍ପି , ନୀଳଶୈବାଳ) ଜୈବିକ ସାର କୁହାଯାଏ । ଏହାର ବ୍ୟବହାର ଦ୍ୱାରା ଆବଶ୍ୟକୀୟ ପୋଷକ ତତ୍ତ୍ୱ ଗୁଡ଼ିକର ଉପଲବ୍ଧତା ବଢ଼ିଯାଏ । ପ୍ରାଥମିକ ଅବସ୍ଥାରେ ଏହା ଗଛର ଚେର ପାଖରେ ଦରକାରୀ ସଂଖ୍ୟାରେ ରହି କ୍ଷମତା ଅନୁସାରେ ଅନୁକୂଳ ସ୍ଥିତିରେ ବାୟୁମଣ୍ଡଳୀୟ ଯବକ୍ଷାରଯାନର ସ୍ଥିରିକରଣ ଓ ମାଟିରେ ଉପସ୍ଥିତ ଅଦ୍ରବଣୀୟ ଫସଫରସ୍‌ , ପଟାସ ,ଲୋ÷ହ ଆଦି ପୋଷକ ତତ୍ତ୍ୱ ଗୁଡ଼ିକୁ ଦ୍ରବଣୀୟ କରାଇ ଗଛ ପାଇଁ ଉପଲବ୍ଧ କରାଇଥାଏ । ଏହି ଦରକାରୀ ସୂକ୍ଷ୍ମ ଜୀବମାନଙ୍କର ମାତୃଦ୍ରବ ବିକଶିତ କରାଇ ଆବଶ୍ୟକୀୟ ମାତ୍ରାରେ ପ୍ରସ୍ତୁତ କରାଇ କୋ÷ଣସି ବାହକ ଦ୍ୱାରା ଅଥବା ଜୈବିକ ସାର ଭାବେ ଫସଲରେ ବ୍ୟବହାର କରାଯାଇଥାଏ । କୋ÷ଣସି ଜୈବିକ ସାର ପ୍ରସ୍ତୁତିରେ ପୋଷକ ତତ୍ତ୍ୱ ଉପଲବ୍ଧ କରାଯାଏନାହିଁ । କିନ୍ତ ଜୈବିକ ସାରର ପ୍ରତ୍ୟେକ ଗ୍ରାମ ବା ମିଲି ପିଛା ଏହି ଜୀବାଣୁ ମାନଙ୍କ ଆବଶ୍ୟକୀୟ ସଂଖ୍ୟା ନିର୍ଦ୍ଧାରିତ ହୋଇଥାଏ । ଆଧୁନିକ କୃଷିପ୍ରଣାଳୀରେ ଜୈବିକ ସାରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହା ପରିବେଶ ମିତ୍ର , ପ୍ରଦୂଷଣ ମୁକ୍ତ , ମୃର୍ତ୍ତିିକା ଜୀବନଦାୟିନୀ , ସୁଲଭ ଓ ପୂର୍ଣ୍ଣ ମାତ୍ରାରେ ଲାଭକାରୀ ଭାବେ ଗୃହୀତ ହୋଇପାରିଛି ।
ତରଳ ଜୈବିକ ସାରର ଲାଭକାରୀ ଗୁଣ –
ଜୀବାଣୁ ମାନଙ୍କର ସଂଖ୍ୟା – ଦଶକୋଟି ଜୀବାଣୁ ପ୍ରତି ମିଲି ୨୪ ମାସ ଯାଏଁ ଜୀବିତ ରୁହନ୍ତି ଏବଂ ଅନ୍ୟ ଅନାବଶ୍ୟକ ଜୀବାଣୁର ସଂଖ୍ୟା ଅତି ନଗଣ୍ୟ ଥାଏ ।

nano urea
  • ଏକ ବିଶେଷ ଗନ୍ଧ ଦ୍ୱାରା ଏମାନଙ୍କୁ ଚିହ୍ନଟ କରାଯାଇପାରେ ।
  • ଏଥିରେ ଏନ୍‌ଜାଇମ୍ର ସକ୍ରିୟତା ଅଧିକ ଥାଏ ।
  • ପ୍ରତ୍ୟେକ ପ୍ରଜାତିର ଜୀବାଣୁର କାର୍ଯ୍ୟକ୍ଷମତାରେ ଭିନ୍ନତା ଏବଂ ଜମିରେ ରାସାୟନିକ, ଭୋ÷ତିକ ଓ ଜୈବିକ ସ୍ଥିତି ଅନୁସାରେ ହିଁ ଫସଲ,ପାଣିପାଗ ଓ ଜମିରେ ଏହାର ବଂଶବୃଦ୍ଧି କାରଣରୁ ସୁଫଳରେ ଭିନ୍ନତା ହୋଇଥାଏ ।
  • ଏହା ରାସାୟନିକ ସାରର ବିକଳ୍ପ ଅଟେ ।
  • ଫସଲ ଉତ୍ପାଦନର ହାର ୧୦-୨୦% ବୃଦ୍ଧି ପାଇଥାଏ ।
  • ଏହା ମିତ୍ର ଜୀବାଣୁମାନଙ୍କ ସଂଖ୍ୟା ବୃଦ୍ଧିରେ ସାହାଯ୍ୟ କରିଥାଏ ।
  • ଏହାର ପ୍ରୟୋଗ ଦ୍ୱାରା ଉର୍ବରତା ଓ ଉତ୍ପାଦକତାର ହାର ବୃଦ୍ଧି ପାଏ ।
  • ଏହା ଫସଲର କ୍ଷତିକାରକ ଜୀବାଣୁ , ଭୂତାଣୁ ମାନଙ୍କର ବିନାଶ କରିଥାଏ ।
    ପ୍ରୟୋଗ ବିଧି
    ମଂଜି ଉପଚାର –
    ଏହି ବିଧିକୁ ଅଧିକ ଉପଯୁକ୍ତ ମନାଯାଏ ଯେଉଁଥିରେ ଜୈବିକ ସାରର ପରିମାଣ ହିଁ କମ୍‌ ଲାଗିଥାଏ । ଏହାର ପ୍ରଭାବ ମଂଜି ନିକ୍ଷେପ ସମୟରେ ହିଁ ଦେଖିବାକୁ ମିଳିଥାଏ । ଏହି ପ୍ରଣାଳୀରେ ତରଳ ଜୈବିକ ସାରର ୨୫୦ମିଲିକୁ ୨ରୁ ୩ ଲିଟର ପାଣିରେ ମିଶାଇ ପ୍ରସ୍ତୁତ କରାଯାଏ । ଏହି ଘୋଳକୁ ୫୦ ରୁ ୭୦ କିଗ୍ରା ମଂଜି ଉପରେ ଢ଼ାଳି ହାତରେ ମିଶାଯାଏ । ୧୫ ରୁ ୨୦ ମିନିଟ ପରେ ଏହା ଶୁଖିଗଲେ ଶୋଧିତ ମଂଜିକୁ ଯଥାଶୀଘ୍ର ବୁଣିଦିଆଯାଏ । ବିଭିନ୍ନ ଡ଼ାଲିଜାତୀୟ ଫସଲ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ।
    ଚେର ଉପଚାର –
    ଚାରା ରୋପଣ କରାଯାଉଥିବା ଫସଲ ପାଇଁ ବେଶ ଉପଯୋଗୀ । ଏହି ପ୍ରଣାଳୀରେ ଜୈବିକ ସାରର ମାତ୍ରା ମଂଜି ଉପଚାର ପ୍ରଣାଳୀ ଠାରୁ ଅଧିକ ଲାଗିଥାଏ । ଏହି ପ୍ରଣାଳୀରେ ୨୫୦ମିଲି ଜୈବିକ ସାରକୁ ୪ରୁ ୫ ଲିଟର ସଫା ପାଣିରେ ମିଶାଇ ଘୋଳ ପ୍ରସ୍ତୁତ କରନ୍ତୁ । ଚାରାର ଚେରକୁ ଏଥିରେ ୨୦ରୁ ୨୫ ମିନିଟ ଯାଏଁ ବୁଡ଼ାଇ ରଖନ୍ତୁ । ଉପଚାରିତ ଚାରାକୁ ଶୁଖାଇ ରଖନ୍ତୁ । ଶୁଖିଯିବା ପରେ ଏହାକୁ ରୋପଣ କରିପାରିବେ ।
    ଜମି ଉପଚାର –
    ଉପରୋକ୍ତ ଦୁଇ ପ୍ରଣାଳୀରେ ପ୍ରୟୋଗ ନହୋଇପାରିବା ଅବସ୍ଥାରେ ଜମି ଉପଚାର କରାଯାଇଥାଏ । ଏହି ପ୍ରଣାଳୀରେ ପ୍ରତି ଏକର ପିଛା ୩୦୦ରୁ ୪୦୦ ମିଲି ଜୈବିକ ସାରର ବ୍ୟବହାର ହୋଇଥାଏ । ୧୦୦ରୁ ୨୦୦ କିଗ୍ରା ସଢ଼ା ଗୋବର ଖତରେ ୩୦୦ରୁ ୪୦୦ ମିଲି ଜୈବିକ ସାରକୁ ୪୦% ଜଳୀୟଅଂଶ ସହ ୧୫-୨୦ ଦିନ ରଖିବା ପରେ ବ୍ୟବହାର କରାଯାଏ ।
    ସାବଧାନତା –
    ଜୈବିକ ସାରକୁ ଖରା ଠାରୁ ଦୂରରେ ରଖନ୍ତୁ ।
    ଫସଲ ଓ ପାଣିପାଗ ଅନୁଯାୟୀ ବ୍ୟବହାର କରନ୍ତୁ ।
    ଋାସାୟନିକ ସାର ଓ କୀଟନାଶକ ଠାରୁ ଦୂରରେ ରଖନ୍ତୁ ।

କଲ୍ୟାଣୀ ପ୍ରଧାନ , ସହକାରୀ ପ୍ରାଧ୍ୟାପିକା , ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ , କଟକ

Leave A Reply

Your email address will not be published.

18 − 3 =