କିଏ ବା ବୁଝୁଛି ଚାଷୀର ଦୁଃଖ !!
ଚାଷୀ ଦୁଃଖ ହୃଦୟର ଏଠି ବୁଝନ୍ତିନି ସରକାର ଚାଷୀ ପାଇ ଏଠି କିଛି ନାହିଁ। ଚାଷୀ ଏଠି ଚାଷ କରେ ଖଟି ଖଟି ମରେ ମାଟି ସାଙ୍ଗେ ମାଟି ହେଇ ଏସି ଘରେ ସେଇ ପଙ୍ଖା ତଳେ ବସିି ଚାକିରିଆଙ୍କ ଦରମା ବଢେ, ଋଣ ଭାରରେ ଚାଷୀ ଗୁମୁରି ଗୁମୁରି ସଢେ । ସକାଳୁ ଜିଦ୍ ଧରିଛି ପୁଅ କହୁଛି ବାପା ତମେ ବି ତ ଚାଷୀ ଥିଲେ, ତ ମତେ କାଇଁ କହୁଛ ପାଠ ପଢି ବଡ ମଣିଷ ହେବାକୁ ମୁଁ ବି ଚାଷ କରିବି ମୋ ପରମ୍ପରା ଚାଷ କିରବ, ମୁଁ ବଡ ହେଲେ ଭଲ ଚାଷୀଟିଏ ହେବି । ମୋ ଦେହରେ ପରା ଚାଷୀର ରକ୍ତ ବୋହୁଛି, କଥାରେ ଅଛି ପରା ଚାଷ କାମ ଯାହାର କେତେ ସୁଖ ତାର।
ପୁଅକୁ ବୁଝାଇବାକୁ ଯାଇ ଗରିବ ଚାଷୀଟି କହିବାକୁ ଲାଗିଛି, ନାଇଁ ରେ ପୁଅ ଏଇଟା ନୂଆ ଦୁନିଆ ଏଠି ଚାଷ କାମ ଯାହାର କେତେ ଦୁଃଖ ତାର । ଦିନ ଥିଲା ଓଡିଆ ପୁଅ ଗରବରେ ମୁଣ୍ଡରେ ଠେକା ଭିଡି କାନ୍ଧରେ ଲଙ୍ଗଳ ପକାଇ ବୀରଦପ୍ତରେ ବଡି ସକାଳୁ ମାଡି ଯାଉଥିଲା । ଅଜସ୍ର ପରିଶ୍ରମ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଖେତରେ ସୁନା ଫଳାଉଥିଲା । ଆଉ ଆତ୍ମ ତୃପ୍ତିରେ ପରିବାର ପୋଷଣ କରୁଥିଲା କିନ୍ତୁ ସେ ଦିନ ଆଉ ବା କାଇଁ । କଳାକାରଖାନାରେ ସାହୁକାର ଲୋକ ଅଜସ୍ର ଟଙ୍କା କମେଇବେ, ଖଣି ମାଫିଆ ବଡ ଘରେ ରହିବେ, ଗଛ କାଟି ଲୋକେ ପଲଙ୍କରେ ଶୋଇବେ କିନ୍ତୁ ଏଥିଯୋଗୁଁ ପରିବେଶ ଦୂଷିତ ହେଲେ ଚାଷୀ ହଇରାଣରେ ମରେ । ବରଷା ହେଉନି, କେବେ ମରୁଡି ପୁଣି କେବେ ଫାଇଲିନ୍ ତ କେବେ ପିଥେଇ ଆଉ କେବେ ତିତିଲି ଆଉ ବଂଚିଗଲେ ଚକଡା ଆଉ, ଏ ସବୁରୁ ଯାହା ବରତୀ ଯାଏଁ ସେ ସବୁ ମଣ୍ଡିରେ ପଡି ଗଜା ହୁଏ । ଚାଷୀ କରିବ ବା କଣ ! ଥରେ ଋଣ କରେ ଭାବେ ଆରଥର ସୁଝିବି କିନ୍ତୁ ସେମିତି ଗଡିଚାଲିଥାଏ ଆଉ ସୁଝି ନ ପାରିଲେ କରେ ଆତ୍ମହତ୍ୟା । ଏଠି ଲୋକେ ମଉଜ ମସ୍ତିରେ ଟଙ୍କା ଫୋପାଡିବେ, କିନ୍ତୁ ପରିବା କିଣିଲାବେଳେ ଜୋର କରିବେ । ସାର, ଖତ, ବିହନ, ଦାମ ବଢୁଛି କିନ୍ତୁ ଫସଲ ଦାମ ସେଇ ସମାନ ।
ପୁଅ – ବାପା ସରକାର କଣ କିଛି ବୁଝୁନାହାନ୍ତି ? ଏତେ ଯୋଜନାମାନ କାହା ପାଇଁ ??? ସକାରର ପରା ଆମ ପାଇଁ ? ବାପା- ରାଜନୀତି ଚାଷ ସାରିଲେ ସିନା ଚାଷ କଥା ବୁଝିବେ, ଚାଷୀର ଉଜୁଡି ଗଲେ କାହାର କଣ ଯାଏଁ , ତାଙ୍କର ବା କିସ ହୁଏ !! ତାଙ୍କ ରାଜନୀତି ଚାଷ ତ ଭଲ ଚାଲିଛି ।
ସରକାରୀ ଚାକିରୀରେ ସପ୍ତମ ବେତନ ଲାଗୁଚି ହେଲେ ମଳି ମୁଣ୍ଡିଆ ଚାଷୀ ପାଏ କଣ ??? ଯିିଏ ସବୁଙ୍କ ମୁହଁରେ ଆହାର ଭୁଂଝିଥାଏ ସେ ଆଜି ନିଷ୍ପେସିତ, ଅବହେଳିତ । ମଦ ବିନା ବଂଚିପାରିବ ହେଲେ ତା ମାଲିକ ବଡ ଲୋକ, ବ୍ୟାଙ୍କ ତା ପାଇଁ ଖୋଲା ସରକାର ନିରବ, ସିଗାରେଟ ବିନା ରହିହେବ ହେଲେ କମ୍ପାନୀ ମାଲିକ କୋଟିପତି, କିନ୍ତୁ ଦୁଇ ଓଳି ଦୁଇ ମୁଠା ନ ଖାଇଲେ ବଂଚିହେବ ନାହିଁ ହେଲେ ଚାଷୀ ଆଜି ଗରିବ । ଧାନର ମୂଲ୍ୟ ବଢୁଛି ହେଲେ ଏହା ସମୁଦ୍ରକୁ ଶଙ୍ଖେ ପରି, ଆରେ ନିଶ ଝାଳରେ କଣ ଶୋଷ ମରେ । କେତେ ସହିବା । ଚାଷୀ ଏଠି ସମସ୍ତଙ୍କୁ ଦାନା ଦେଇ ନିଜେ ଦାନାଦାର ଖାଇ ମରେ ।
ଯମରାଜାଙ୍କ ଆଖିରେ ବି ଲୁହ ଆସିଗଲା ଯେତେବେଳେ ଆତ୍ମହତ୍ୟାର କାରଣ ଦର୍ଶାଇ, ମୃତୁ୍ୟ ଅବସ୍ଥାରେ ଚାଷୀଟିର ଆତ୍ମା ନେହୁରା ହୋଇ କହୁଥାଏ ହେ, ପ୍ରଭୁ ଗଲା ବରହ ବି ଏମିତି ହେଇଥିଲା, କୃଷି ବିଭାଗକୁ ଦଉଡି ଦଉଡି ମୋର ପାଦ ସରିଗଲା, ଛ ପ୍ରାଣୀ କୁଟୁମ୍ବ ପୋଷିବାକୁ ଆଉ ମୋର ସକ୍ଷମ ନାହିଁ ହେବ ପ୍ରଭୁ ମତେ ନେଇଯାଅ, ମଲା ପରେ ସବୁ ନେତା ଅଫିସର ଆସିବେ ଧାଇଁ, ବଂଚିଥିବା ବେଳେ ଏଠି ଚାଷୀ ପାଇଁ କେହି ନାହିଁ । ଶେଷରେ ପୁଅ ବୁଝିିଛି ଏବଂ ଶପଥ ନେଇଛି ସେ ବଡ ବହ ଭଲ ପଢିବ ଏବଂ ଚାଷୀ ଭାଇର ହକ ପାଇଁ ବିଶ୍ୱ ଦରବାରରେ ଲଢେଇ କରିବ ।
ବିଜ୍ଞାନ ରଂଜନ ସାହୁ
କୃଷି ଛାତ୍ର