କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା

ନବବର୍ଷ ପରେ ପ୍ରଥମ କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା।ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଏକ ପବିତ୍ର ଦିବସ ।ଉଭୟ ହିନ୍ଦୁ ଓ ଜୈନ ମାନଙ୍କ ପାଇଁ ଏହି ଦିବସର ମହତ୍ତ୍ଵ ରହିଛି। ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜନ୍ମ ଦିବସ ଅକ୍ଷୟ ତୃତୀୟା। କୃଷିର ପ୍ରତୀକ ହଳଧର ହୋଇଥିବାରୁ ଏହି ଦିବସକୁ କୃଷକ ଦିବସ ହିସାବରେ ପାଳନ କରାଯାଏ।

ଅକ୍ଷୟ ତୃତୀୟା ଏକ ଶୁଭ ଦିବସ।ଯାହା ଆରମ୍ଭ ହୁଏ ଶୁଭ ଫଳ ପ୍ରାପ୍ତି ହୁଏ।ପ୍ରଭୁ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଓ ରଥ ଅନୁକୂଳ ଏହି ଦିନ ହୁଏ।ବନ୍ଧୁ ସୁଦାମା ଏହି ଦିନ ଶ୍ରୀକୃଷ୍ଣଙ୍କୁ ଭେଟି ବହୁ ଧନରତ୍ନ ପାଇଥିଲେ।ଅଗଣିତ ଋଷିଙ୍କୁ ଖୁଆଇବା ପାଇଁ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ଠାରୁ ଏହି ଦିନ ଅକ୍ଷୟ ପାତ୍ର ପାଇଥିଲେ।ବିଷ୍ଣୁ ଏହିଦିନ ଅକ୍ଷୟାସୂର୍ ବଦ୍ଧ କରି ପୃଥିବୀକୁ ଶାନ୍ତ କରିଥିଲେ।ବିଶ୍ୱାସ ଅଛି ଏହିଦିନ ସୁନା ଓ ରୁପା କିଣିଲେ ସମ୍ପତ୍ତି ବୃଦ୍ଧି ପାଏ।

ଆମର ମୁଖ୍ୟ ଫସଲ ଧାନ।ଧାନ ବୁଣାଯାଏ ବା ରୋପଣ କରାଯାଏ।ପରୀକ୍ଷାରୁ ଜଣାଯାଏ ବୁଣାଧାନ ଅଧିକ ମରୁଡି ସହେ।ବୁଣା ଦୁଇ ପ୍ରକାରର।ଶୁଖିଲା ବୁଣା ମେ’ ମାସରେ ଓ ଓଦାବୁଣା ଜୁନ ମାସରେ କରାଯାଏ।ବୈଶାଖ ମାସରେ ଖରାଟିଆ ଚାଷ ହୁଏ।ଏହା ଦ୍ଵାରା ମାଟି ପ୍ରସ୍ତୁତ ହୋଇରହେ, ମାଟିର ରୋଗ ପୋକ କମେ ଓ ପହିଲି ବର୍ଷାରୁ ଯବକ୍ଷାରଜାନ ମାଟି ପାଏ।ଏଣୁ ମେ’ ମାସରେ ଖରୁଡ଼ି ବୁଣା କରାଯାଏ।ବର୍ଷାପାଇ ବିହନ ଗଜାହୁଏ ଓ ଯବକ୍ଷାଜାନ ପାଇ ଶିଘ୍ର ବଢେ।ଗୁଣ୍ଡିଚା ପରେ ବେଉଷଣ କରାଯାଏ ।

ବୈଶାଖ ମାସ ଅକ୍ଷୟ ତୃତୀୟା ଦିନ ପ୍ରତୀକ ଭାବରେ ଅଖି ମୁଠି ଅନୁକୂଳ କରାଯାଏ।ଚାଷୀ ନୂତନ ବସ୍ତ୍ର ପରିଧାନ କରି ହଳ ଲଙ୍ଗଳ ଧରି ଜମିକୁ ଆସେ।ଲକ୍ଷ୍ମୀ ମାଆଙ୍କ ପୂଜା କରି ହଳକରେ ଓ ଆଖି ମୁଠି ଅନୁକୂଳ କରେ।ଏହା ପରେ କେତେକ ଗୁରୁତ୍ଵ ପୂର୍ଣ୍ଣ ଚାଷ କାମ ମେ’ ମାସ ମଧ୍ୟରେ କରାଯାଏ।ବିହନ ପରୀକ୍ଷା, ମାଟି ପରୀକ୍ଷା , ବିହନ ବିଶୋଧନ, ଖତ ପ୍ରସ୍ତୁତି, ତଳିଘରା ପ୍ରସ୍ତୁତି କରିବାକୁ ହୁଏ।କଥାରେ ଅଛି ” ଚାଷ ତରତର ବଣିଜ ମଠ।ହାଟୁଆ ହୁଡ଼ିଲେ ହାଟ ପାଳିଏ, ଚାଷୀ ହୁଡିଲେ ବରଷେ”।ଏଣୁ ଚାଷୀମାନେ ଅକ୍ଷୟ ତୃତୀୟାଠାରୁ ବିଧିବଦ୍ଧ ଭାବରେ ଖରିଫ ଚାଷର ଶୁଭାରମ୍ଭ କରିବା ଆବଶ୍ୟକ।

ବିଦ୍ୟାଧର ମହାରଣା
କୃଷି ପରାମର୍ଶ ଦାତା
ମୋ:୯୪୩୭୦୭୧୨୯୦

Spread the love

Leave a Comment

Your email address will not be published. Required fields are marked *

Scroll to Top
×