ଚାଷରେ ସାର ପ୍ରୟୋଗ କ୍ୟାନସର ରୋଗର ପ୍ରମୁଖ କାରଣ

ଚାଷରେ ରାସାୟନିକ ସାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଶସ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହେବା ସହ ପୁଷ୍ଟିତତ୍ୱ ମଧ୍ୟ କମ୍ ହେବାରେ ଲାଗିଛି। ସାର ପ୍ରୟୋଗ ଦ୍ଵାରା ଶସ୍ୟ ଉତ୍ପାଦନ ବୃଦ୍ଧି ହେଉଛି, କିନ୍ତୁ ମାଟିର ଉର୍ବରତା ଧିରେ ଧିରେ କମ୍ ହେବାରେ ଲାଗିଛି। ତେଣୁ ସାରା ରାଜ୍ୟରେ ଜୈବିକ କୃଷିକୁ ଗୁରୁତ୍ଵ ଦେବା ଆବଶ୍ୟକ। ଜୈବିକ କୃଷିକୁ ପ୍ରାଧାନ୍ୟ ଦେବା ପାଇଁ ଏବଂ ଚାଷୀଙ୍କ ପାଖରେ ଏହାର ଉତ୍ତମ ଜ୍ଞାନକୌଶଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଓ କୃଷିମନ୍ତ୍ରୀ ଧ୍ୟାନ ଦେଉଛନ୍ତି। କେବଳ ଧାନ, ଗହମ ନୁହଁ ମାଛ, ଚିକେନ ଏବଂ ଅନ୍ୟ ସାମଗ୍ରୀରେ ମଧ୍ୟ ରାସାୟନିକ ଖାଦ୍ୟ ବ୍ୟବହାର କରାଯାଉଛି। ଯାହାକି କ୍ୟାନସର ରୋଗର ପ୍ରମୁଖ କାରଣ ସାଜିଛି।

ରାଜ୍ୟରେ ଦୁଇଟି ପ୍ରକ୍ରିୟାରେ ଜୈବିକ ଚାଷ କରାଯାଉଛି। ପରମ୍ପରାଗତ ଏବଂ ପ୍ରାକୃତିକ କୃଷି ଜୈବିକ ପଦ୍ଧତିରେ ଚାଷ କରାଯାଉଛି। ଓଡ଼ିଶାର କିଛି ଜିଲ୍ଲା ପରମ୍ପରାଗତ ଜୈବିକ କୃଷି ପଦ୍ଧତିରେ ଅନ୍ତର୍ଭୁକ୍ତ ଥିବା ସହ ଅନ୍ୟ କିଛି ଜିଲ୍ଲା ପ୍ରାକୃତିକ ଜୈବିକ କୃଷି ପଦ୍ଧତିରେ ଅନ୍ତର୍ଭୁକ୍ତ ରହିଛି। ରାଜ୍ୟରେ ଗତ ୬ ବର୍ଷ ଅର୍ଥାତ୍ ୨୦୧୮-୧୯ ରୁ ଜୈବିକ କୃଷି ପଦ୍ଧତିକୁ କୃଷକମାନେ ଅପଣାଇଛନ୍ତି। ଏହି ପଦ୍ଧତିରେ ଚାଷ କରି ଉତ୍ପାଦିତ ଶସ୍ୟ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ଦେଶ ଏବଂ ଦେଶ ବାହାରକୁ ରପ୍ତାନି କରିବାର ନିଷ୍ପତ୍ତି ନିଆଯାଇଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×