ସୁନ୍ଦରଗଡ଼ ଜିଲ୍ଲାର ସଫଳ ମାଣ୍ଡିଆ ଚାଷୀ ଅନିମା ଏକ୍କା

ରାଜ୍ୟ ସରକାର ଓଡିଶା ମିଲେଟ ମିଶନ ଜରିଆରେ ଶ୍ରୀ ଅନ୍ନ ଅଭିଯାନ ଆରମ୍ଭ କରିଥିଲେ। ଏହାଦ୍ବାରା ରାଜ୍ୟରେ ଅଧିକାଂଶ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ କିଛି ଅଞ୍ଚଳରେ ଚାଷୀ ମାନେ ପନିପରିବା, ଡାଲିଜାତୀୟ ଓ ତୈଳବୀଜ ଚାଷ ମଧ୍ୟ କରୁଛନ୍ତି। ଶ୍ରୀ ଅନ୍ନରେ ଥିବା ସୁଆଁ, କାଙ୍ଗୁ, କଦ ଆଦିକୁ ବିଶ୍ବଦରବାର ଓ ଡାକ୍ତରମାନେ ସ୍ବାସ୍ଥ୍ୟ ପାଇଁ ରାମବାଣ ବୋଲି ପରିଚିତ କରାଉଛନ୍ତି। ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ତମ ବଜାର ଯୋଗାଇବା ସହ ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଅତି ପୁରାତନ କାଳରୁ ମାଣ୍ଡିଆ ଗାଁ ଗହଳି ତଥା ପର୍ବତ୍ୟାଞ୍ଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ଯ ରୂପେ ପରିଚିତ ଥିଲା। ଖାଦ୍ୟସାରରେ ଭରପୁର ଏହା ଏକ ଉପାଦେୟ ଶସ୍ୟ ଭାବେ ପରିଗଣିତ।

ବର୍ତ୍ତମାନ ସମୟରେ ଧାନ ଚାଷକୁ ଚାଷୀମାନେ ଅଧିକ ଗୁରୁତ୍ବ ଦେଉଥିବା ବେଳେ ମାଣ୍ଡିଆ ଚାଷ କରି ସଫଳ ଚାଷୀ ଭାବେ ପରିଚିତ ହୋଇପାରିଛନ୍ତି। ଏଥି ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ଅନିମା ଏକ୍କା ମାଣ୍ଡିଆ ଚାଷ କରି ଜଣେ ସଫଳ ଚାଷୀଭାବେ ମାଣ୍ଡିଆକୁ ପ୍ରୋତ୍ସାହନ ଦେଉଛନ୍ତି। ବହୁ ପୂର୍ବରୁ ମାଣ୍ଡିଆ ଚାଷ କରାଯାଉଥିଲା କିନ୍ତୁ ସେମାନେ ମାଣ୍ଡିଆରୁ ପ୍ରସ୍ତୁତ ଜାଉ, ପିଠା, ଖିରି ଆଦି କରି ଖାଉଥିଲେ। କିନ୍ତୁ ପରେ ମାଣ୍ଡିଆର ଚାହିଦା କମିଯିବାରୁ ମାଣ୍ଡିଆ ଚାଷ ମଧ୍ୟ ହ୍ରାସ ପାଇଥିଲା। ଆଜି ଶ୍ରୀ ଅନ୍ନ ଅଭିଯାନ ତରଫରୁ ଅଧିକାଂଶ ଚାଷୀ ମାଣ୍ଡିଆ ଚାଷରେ ମନ ବଳାଉଛନ୍ତି। ଅନିମା ଏକ୍କା ତାଙ୍କ ମା ଓ ସ୍ଵାମୀଙ୍କ ସହ ମିଶି ମାଣ୍ଡିଆ ଚାଷ କରୁଛନ୍ତି ଏବଂ ଉତ୍ପାଦିତ ଶସ୍ୟକୁ ମଣ୍ଡିରେ ବିକ୍ରି କରି ଲାଭବାନ ମଧ୍ୟ ହୋଇପାରିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×