ଓଡ଼ିଶାର ଆମ୍ବ ପ୍ରେମୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଆମ୍ରପଲ୍ଲୀ

ଆମ୍ବ ଖାଇବାରୁ କାହାରୁ ବା ଭଲ ନ ଲାଗେ । ଖାଲି ଟିକେ ଆମ୍ବର ନାଁ କାନରେ ବାଜିଗଲେ ମୁହଁରେ ପାଣି ଆସିଯାଏ । ଆମ୍ବର ସ୍ବାଦ ପାଇଁ ତାକୁ ଫଳର ରାଜା ବୋଲି କୁହାଯାଏ। ଆମ୍ବ ଖାଲି ଏକ ସୁସ୍ବାଦୁ ଫଳ ଯାହାକୁ ଖରାଦିନେ ଲୋକମାନେ ଖାଇବାକୁ ଭଲ ପାଆନ୍ତି । ଖରାଦିନ ଆସିଲା ମାନେ ଅନେକ ଲୋକ ଆମ୍ବ ପ୍ରିୟ ହୋଇଯାଆନ୍ତି । ଆମ୍ବ ଚାଷ ଅନେକଙ୍କୁ ରୋଜଗାର ଦେଇଥାଏ। ଓଡ଼ିଶାର ଢେଙ୍କାନାଳରୁ ଆମ୍ରପଲି ଆମ୍ବ ଦୁବାଇକୁ ରପ୍ତାନି ହୁଏ । ସମଗ୍ର ବିଶ୍ୱରେ ଏସୀୟ ଜଳବାୟୁରେ ଉତ୍ପାଦିତ ଆମ୍ବର ଚାହିଦା ଅଧିକ । ଯେଉଁଥିରୁ ଢେଙ୍କାନାଳର ଆମ୍ରପଲି ଆମ୍ବ ଅନ୍ୟତମ । ଆମ୍ବ ହେଉଛି ଗ୍ରୀଷ୍ମକାଳୀନ ଫଳ । ଖରାଦିନେ ଭାରତରେ ଆମ୍ବ ବ୍ୟବସାୟ ଜୋର ଧରିବା ସହ ବିଦେଶକୁ ମଧ୍ୟ ରପ୍ତାନି ହୁଏ।

ଭାରତରେ ଆମ୍ବ ସାଧାରଣତ ମାର୍ଚ୍ଚ-ମେ ମାସରେ ଅମଳ କରାଯାଏ | ବିଶ୍ୱର ପ୍ରାୟ ଅର୍ଦ୍ଧେକ ଲୋକ ଆମ୍ବକୁ ଉପଭୋଗ କରନ୍ତି ଯାହା ଭାରତରେ ଅମଳ ହୋଇଥାଏ | ଭାରତରେ ପ୍ରାୟ ୧୦୦ ପ୍ରକାରର ଆମ୍ବ ମିଳିଥାଏ। ସାଧାରଣତଃ ଓଡ଼ିଶାରେ ଗୋଟିଏ ବର୍ଷ ଭଲ ଆମ୍ବ ହେଲେ ପରବର୍ଷ କମ୍ ଉତ୍ପାଦନ ହୋଇଥାଏ। ଏହି ଧାରରୁ ଆମ୍ରପଲ୍ଲୀ ଭିନ୍ନ। ସେଥିପାଇଁ ଚାଷୀମାନେ ଆମ୍ରପଲ୍ଲୀ ଚାଷ କରିବାକୁ ଆଗଭର ହେଉଛନ୍ତି।ଏହି ପ୍ରଜାତିର ଆମ୍ବ ଚାଷୀଙ୍କୁ ଦ୍ଵିଗୁଣ ଆୟ ମଧ୍ୟ ପ୍ରଦାନ କରୁଛି।ଆମ୍ରପଲ୍ଲୀ ଆମ୍ବ ଖାଇବାକୁ ଖୁବ ସ୍ୱାଦଯୁକ୍ତ। ଆଗକୁ ଆମ୍ବ ଉତ୍ପାଦନ ଆହୁରି ଅଧିକ କରିବାକୁ ବହୁ ଯୋଜନା କରାଯାଉଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×