କୃଷି ଓଡ଼ିଶା ୨୦୨୫ : ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ

   ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କୃଷି ଓଡ଼ିଶା ୨୦୨୫’ ର ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହି ମେଳାର ବିଷୟବସ୍ତୁ ରହିଛି ‘ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ’। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ଚାଷୀ ଭାଇ ଭଉଣୀଙ୍କ ସହିତ କୃଷି ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ। ଚାଷୀ ଭାଇ ଭଉଣୀମାନଙ୍କୁ ନୂଆ ନୂଆ କୃଷି ପଦ୍ଧତି, ବୈଜ୍ଞାନିକ ଉପାୟରେ ଚାଷ କାମ, ଆଧୁନିକ ଜ୍ଞାନକୌଶଳ ଏବଂ ଆଧୁନିକ କୃଷି ଯନ୍ତ୍ରପାତିର ପ୍ରୟୋଗ ସମ୍ପର୍କରେ ଧାରଣା ଦେବା ପାଇଁ ଏହି ମେଗା କୃଷି ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।

ଏହି ସମାରୋହରେ ବିଭିନ୍ନ ସରକାରୀ ବିଭାଗ, ଭାରତୀୟ କୃଷି ଗବେଷଣା ପରିଷଦ ଓ କିଛି ବେସରକାରୀ ସଂଗଠନଙ୍କ ସମନ୍ୱୟରେ ୧୩ଟି ବୈଷୟିକ ଅଧିବେଶନର ମଧ୍ୟ ଆୟୋଜନ କରାଯାଇଥିଲା। ଏହାସହ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ତଥା ସେମିନାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ରାଜ୍ଯର କୃଷି ଐତିହ୍ୟକୁ ଆହୁରି ରୁଦ୍ଧିମନ୍ତ କରିବା ପାଇଁ କୃଷି ଓଡ଼ିଶା ୨୦୨୫ ଅବସରରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂଦେଓଙ୍କ ଉପସ୍ଥିତିରେ ସୁବାସିତ ଚାଉଳ ରପ୍ତାନିକାରୀ ବେସରକାରୀ ସଂସ୍ଥା ବୁଝାମଣାପତ୍ର ସ୍ବାକ୍ଷରିତ କରିଛନ୍ତି। ଏହାଦ୍ବାରା ରାଜ୍ଯର ପାରମ୍ପରିକ ତଥା ଜୈବିକ ଧାନଚାଷୀ ଉପକୃତ ହେବେ ବୋଲି କହିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×