କୃଷି କନକ୍ଲେଭ – ୨୦୨୪

ଆସନ୍ତା ସେପ୍ଟେମ୍ୱର ୨୯ ତାରିଖ ରବିବାର ଦିନ ଭୁବନେଶ୍ବର ସ୍ଥିତ କେନ୍ଦ୍ରୀୟ କୃଷିଗତ ମହିଳା ସଂସ୍ଥାନ ପରିସରରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଦ୍ଵାରା ପ୍ରସ୍ତୁତ କୃଷି କନକ୍ଲେଭ – ୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୃଷି ଏବଂ କୃଷକ ସଶକ୍ତିକରଣର ପ୍ରଚାର ଓ ପ୍ରସାର ଉପରେ ଅଧିକ ଧ୍ୟାନ ଦିଆଯିବା ନେଇ ଆଲୋଚନା କରାଯାଇଛି। କୃଷିର ସାମଗ୍ରିକ ବିକାଶରେ ଯୁବ ଓ ମହିଳାଙ୍କ ଅବଦାନ ଏହି କନକ୍ଲେଭର ମୁଖ୍ୟ ବିଷୟବସ୍ତୁ ରହିଛି। ବିଶେଷକରି ଓଡ଼ିଶାର କୃଷକ ଓ ଯୁବକ ମାନଙ୍କର ମିଳିତ ପ୍ରୟାସରେ ଆଜି ରାଜ୍ୟ କୃଷି ଅଗ୍ରଣୀ ସ୍ଥାନରେ ରହିଛି।

ଓଡ଼ିଶା କୃଷି ଜଗତରେ ଅଗ୍ରଣୀ ସ୍ଥାନ ପାଇବାର ମୁଖ୍ୟ କାରଣ ପାଲଟିଛି କୃଷକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ। ଅତି ନିକଟରେ ଅନୁଷ୍ଠିତ ହେବାକୁ ଥିବା କୃଷି କନକ୍ଲେଭ କୃଷି ଏବଂ କୃଷକ ସମ୍ବନ୍ଧିତ ଅନେକ କିଛି ଆଲୋଚନା କରିବାର ଲକ୍ଷ୍ୟ ରଖିଛି, ଯଥା – ଓଡ଼ିଶାରେ ହେଉଥିବା ଜଳବାୟୁ ପରିବର୍ତ୍ତନ ଏବଂ କୃଷି, ସଫଳ ପଥେ ଅଗ୍ରଗତି ହେଉଥିବା ଶ୍ରୀଅନ୍ନ ଅଭିଯାନ, ବିକଶିତ ଓଡ଼ିଶା ଗଠନରେ ମହିଳାଙ୍କ ଅବଦାନ ଓ ଷ୍ଟାର୍ଟଅପ୍, ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟ ଚାଷୀ, ଚାଷର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଏବଂ ଚାଷୀଙ୍କ ଅନୁବାଦ, କୃଷକ ଓ କୃଷି ବୈଜ୍ଞାନିକ ମାନଙ୍କ କୃଷି ଆଲୋଚନା, ଇତ୍ୟାଦି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×