ମହିଳାଙ୍କ ପସନ୍ଦରେ ପ୍ରସ୍ତୁତ ହେଉଛି କୃଷି ଯନ୍ତ୍ରପାତି

ବର୍ତ୍ତମାନ ଆବିଷ୍କୃତ ହୋଇଥିବା ଲିଙ୍ଗ ଅନୁକୂଳ ଯନ୍ତ୍ରପାତି ଦ୍ଵାରା ମହିଳାମାନେ ନିଜ ପାଇଁ କିଛି ସମୟ ବିତେଇବାର ସୁଯୋଗ ପାଇପାରିଛନ୍ତି। ଏହି ଯନ୍ତ୍ରପାତି ସାଧାରଣତଃ ମହିଳା ମାନଙ୍କ ସୁବିଧା ପାଇଁ ଆବିଷ୍କୃତ ହୋଇଥିବା ବେଳେ ଏହାର ମୂଳ ଆଭିମୁଖ୍ୟ ହେଲା ରାଜ୍ୟର ମାଣ୍ଡିଆ ଚାଷୀଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ କାର୍ଯ୍ୟ କରିବାର ସମୟକୁ କମାଇବା। ରାଜ୍ୟ ସରକାର ମହିଳା ଉପଯୋଗୀ କୃଷି ଯନ୍ତ୍ରପାତି ଯୋଗାଇ ଦେବା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ରାଜ୍ୟର କିଛି ଅଞ୍ଚଳରେ ଏହି ଯନ୍ତ୍ରପାତିର ବ୍ୟବହାର ମଧ୍ୟ କରାଯାଉଛି।

ମହିଳାମାନେ ଏହି ଯନ୍ତ୍ରପାତି ବ୍ୟବହାର କରି ସେମାନଙ୍କ ଆବଶ୍ୟକତା ପୁରା କରିବା ସହ ବିଭିନ୍ନ ପ୍ରକାର ସମସ୍ୟାରୁ ମଧ୍ୟ ରକ୍ଷା ପାଇପାରିଛନ୍ତି। ଧିରେ ଧିରେ ଏହା ରାଜ୍ୟର ସମସ୍ତ ଜିଲ୍ଲାରେ ପହଞ୍ଚିବ। ୨୦୨୨ରେ ଏହି ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଦେଖାଗଲା ଯେ ସମସ୍ତ କୃଷି ଯନ୍ତ୍ରପାତି ପୁରୁଷ ମାନଙ୍କ ଶାରୀରିକ କ୍ଷମତାକୁ ଆଖିରେ ରଖି କରାଯାଇଥିଲା, ସେଥିରେ ମଧ୍ୟ ମହିଳା ମାନଙ୍କୁ ନିୟୋଜିତ କରାଯାଇଥିଲା। କିନ୍ତୁ ମହିଳା ମାନଙ୍କ ପାଇଁ ଏହା ସଠିକ୍ ଉପଯୋଗୀ ନହେବାରୁ ବୈଜ୍ଞାନିକ ମାନେ ମହିଳା ଉପଯୋଗୀ ନୂତନ କୃଷି ଯନ୍ତ୍ରପାତି ପ୍ରସ୍ତୁତ କଲେ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×