କୃଷକ ଦକ୍ଷତା ଓ କୃଷି- ଇନକ୍ୟୁବେସନ କେନ୍ଦ୍ର ତିଆରି ପାଇଁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ

ରାଜ୍ୟରେ କୃଷକ ଦକ୍ଷତା ଓ କୃଷି- ଇନକ୍ୟୁବେସନ କେନ୍ଦ୍ର ତିଆରି ପାଇଁ ରୋଡମ୍ୟାପ୍ ଚୂଡ଼ାନ୍ତ କରାଯାଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଫଳରେ ପାରମ୍ପରିକ କୃଷି ସହିତ ଚାଷୀମାନଙ୍କୁ ଆଧୁନିକ କୌଶଳରେ ତାଲିମ, ଆର୍ଥିକ ରୂପେ ସଶକ୍ତ ଏବଂ ବଜାର ସଂଯୋଗ ପ୍ରଦାନ କରି, ଗ୍ରାମୀଣ ଓଡ଼ିଶା ପାଇଁ ଦୀର୍ଘକାଳୀନ ଲାଭ ଓ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରାଯାଇପାରିବ ବୋଲି କୁହାଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ସଚିବଙ୍କ ସହିତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି କେନ୍ଦ୍ର ଜରିଆରେ କୃଷି ଉଦ୍ୟୋଗୀ ବିକାଶ, କୃଷିକ୍ଷେତ୍ରରେ ନୂତନ ବ୍ୟବସାୟିକ ଚାଷ କରିବା, ତାଲିମ, ଆଧୁନିକ କୌଶଳର ବ୍ୟବହାରିକ ଶିକ୍ଷା, ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ‘ ଆଗ୍ରୋ ଟେକ୍ ‘ ରେ ଉନ୍ନତି ପ୍ରଦର୍ଶନ ଏବଂ ମୂଲ୍ୟଯୁକ୍ତ ସେବା ଯଥା ଉତ୍ପାଦର ବଜାରିକରଣ ବୃଦ୍ଧି ଇତ୍ୟାଦି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବ। କୃଷି ଦକ୍ଷତା ବିକାଶ କେନ୍ଦ୍ର ଅତ୍ୟାଧୁନିକ ବ୍ୟବସ୍ଥାକୁ ଏକିକୃତ କରିବ, ଯେଉଁଥିରେ ସଠିକ୍ କୃଷି, ଫସଲ ପରିଚାଳନା ପାଇଁ ଇଣ୍ଟରନେଟ ଚାଳିତ ତଥ୍ୟ ଓ ଚାଷ ପାଇଁ ଭୂମିର ଦ୍ବୈତ ବ୍ୟବହାର, ଉନ୍ନତ ପରୀକ୍ଷାଗାର ସୁବିଧା, ଟିସୁ କଳଚର୍, ପ୍ରୟୋଗାଗାର ଓ ପୁନଃ ସଞ୍ଚାଳନ ଜଳକୃଷି ପ୍ରଣାଳୀ ଆଦି ଅନ୍ତର୍ଭୁକ୍ତ ରହିଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×