ମୟୂରଭଞ୍ଜ ଜିଲ୍ଲା ଜସିପୁର ବ୍ଲକର ସାନନାଇ ଗ୍ରାମରେ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ କାର୍ଯ୍ୟକାରୀ ହେଉଥିବା “ଗ୍ରାମ ଇତିହାସ ଏବଂ ଖାଦ୍ୟ ସଂସ୍କୃତି” ପ୍ରକଳ୍ପର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଙ୍ଗନୱାଡି କର୍ମୀ, ଆଶା କର୍ମଚାରୀ, ଶିକ୍ଷକ ଏବଂ ଛାତ୍ରଙ୍କ ସହ ଗ୍ରାମବାସୀ ମଧ୍ୟ ଯୋଗ ଦେଇଥିଲେ। ଓଡ଼ିଶାର ପାରମ୍ପରିକ ଖାଦ୍ୟ ଐତିହ୍ୟ ସହିତ ଜଡ଼ିତ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଓ ଖାଦ୍ୟ ସଂସ୍କୃତିରେ ପାରମ୍ପରିକ ଖାଦ୍ୟକୁ ସାମିଲ କରିବା ଏହି ପ୍ରକଳ୍ପର ମୂଳଲକ୍ଷ୍ୟ। ଯେଉଁ ପୁରାତନ ଖାଦ୍ୟକୁ ଆମ ଖାଦ୍ୟ ସଂସ୍କୃତି ଠାରୁ ଦୂରେଇ ଦିଆଯାଇଛି, ସେସବୁ ପୁଣିଥରେ ଯୋଡ଼ିହେବା ନିହାତି ଆବଶ୍ୟକ।
ଭାରତୀୟ ଖାଦ୍ୟ ମୁଖ୍ୟତଃ ଧର୍ମ, ଅର୍ଥାତ ହିନ୍ଦୁ ଧର୍ମ ଏବଂ ଇସଲାମ ଧର୍ମ, ସଂସ୍କୃତି ଓ ପରମ୍ପରାଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ।ବହୁ ପ୍ରାଚୀନ ଭାରତୀୟ ଖାଦ୍ୟ ଇତିହାସରେ ହଜିଯାଇଥିବାବେଳେ ପ୍ରାଚୀନ ତଥା ପ୍ରାଚୀନ ଭାରତରେ କଣ ଖିଆଯାଉଥିଲା ତାହା ଏବେ ଧୀରେ ଧୀରେ ଲୋପ ପାଇବାରେ ଲାଗିଲାଣି। ଆମେ ନିଜର ଦୈନନ୍ଦିନ ଜୀବନରେ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ସାମିଲ କରି ଓଡ଼ିଶାର କୃଷି ଐତିହ୍ୟକୁ ସୁରକ୍ଷା ଦେବା ସହ ନିଜକୁ ସୁସ୍ଥ ରଖିପାରିବା। ବର୍ତ୍ତମାନ ଶ୍ରୀ ଅନ୍ନ, ବିଲୁପ୍ତପ୍ରାୟ ଶସ୍ୟ ଓ ଖାଦ୍ୟ ସହିତ ଜଡ଼ିତ କୃଷକଙ୍କ ଲାଗି ଆଧୁନିକ କୃଷି ପଦ୍ଧତି, ଜୈବବିବିଧତା ସଂରକ୍ଷଣକୁ ପ୍ରାଧାନ୍ୟ, ବ୍ୟବସାୟିକରଣ ସୁଯୋଗ ଏବଂ ନୀତିଗତ ଦୃଷ୍ଟିକୋଣ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ