ଶ୍ରୀ ଅନ୍ନ ଅଭିଯାନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଏକ ନୂତନ ସଫଳତା

ମିଲେଟ୍ ଏକ ପୁଷ୍ଟିଶସ୍ୟ ଭାବେ ପରିଚିତ, ଏହା ଓଡ଼ିଶାରେ ବେଶ ଆଦରଣୀୟ ହୋଇପାରିଛି। ପୁଷ୍ଟିଶସ୍ୟ ବା ମିଲେଟର ପ୍ରଚାର ପ୍ରସାର ଓ ଖାଦ୍ୟ ନିରାପତ୍ତାରେ ଓଡ଼ିଶା ସମଗ୍ର ଭାରତ ବର୍ଷରେ ଏକ ଅଗ୍ରଣୀ ସ୍ଥାନ ଗ୍ରହଣ କରିଛି, ଯାହାକି ଓଡ଼ିଶାବାସୀଙ୍କ ପାଇଁ ଏକ ଗର୍ବର ବିଷୟ ପାଲଟିଛି। ଓଡ଼ିଶା ମିଲେଟ ମିଶନ ଜରୀଆରେ କୃଷକମାନଙ୍କୁ ପୁଷ୍ଟିଶସ୍ୟ ଚାଷ ପାଇଁ ଉପଯୁକ୍ତ ଉପକରଣ ଏବଂ ତାଲିମ ମଧ୍ଯ ଯୋଗାଇ ଦିଆଯାଉଛି। ଓଡ଼ିଶା ଏକ ପ୍ରଥମ ରାଜ୍ୟ ଯିଏକି ଭାରତ ବର୍ଷରେ ମିଲେଟ, ମିଲେଟର ବିହନ କିସମ ଏବଂ ମିଲେଟ୍ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀକୁ ପରିଚିତ କରିପାରିଛି।

ସେହିପରି ବର୍ତ୍ତମାନ, ଶ୍ରୀ ଅନ୍ନ ଅଭିଯାନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଭୁବନେଶ୍ୱରର ମିଲେଟ୍ ଶକ୍ତି କାଫେ ଏବଂ ଆଉଟଲେଟର ପରିଚାଳନା ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କର ମାସିକ କାର୍ଯ୍ୟଦକ୍ଷତାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ୭ ଟି ସ୍ୱୟଂ ସହାୟକ ଗୋଷ୍ଠୀର ୧୭ ଜଣ ସଦସ୍ୟା ଯୋଗ ଦେଇଥିଲେ। ସେଥିମଧ୍ୟରୁ ବାବାସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ମଧ୍ୟରେ ଥିବା ମିଲେଟ ଶକ୍ତି କାଫେରେ କାର୍ଯ୍ୟରତ ରାଧାରାଣୀ ସ୍ୱୟଂ ସହାୟକ ଗୋଷ୍ଠୀକୁ କାଫେରେ ସାମଗ୍ରୀ ବିକ୍ରି, ଏହାର ଗୁଣାତ୍ମକ ମାନ ଓ ଗ୍ରାହକଙ୍କ ମତାମତ ଆଧାରରେ ଜୁଲାଇ ମାସର ‘ଶ୍ରେଷ୍ଠ ଏସଏଚଜି’ ଭାବେ ସମ୍ମାନିତ କରାଯାଇଥିଲା।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×