କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ବ୍ଲକସ୍ତରୀୟ ବିସ୍ମୃତ ଖାଦ୍ୟ ମେଳା ଅନୁଷ୍ଠିତ

ଆସନ୍ତା ୧୦ ଓ ୧୧ ତାରିଖରେ ହେବାକୁ ଥିବା ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ଖାଦ୍ୟ ସମ୍ମିଳନୀରେ ‘ ବିଶ୍ବର ବିସ୍ମୃତ ଖାଦ୍ୟ ଶସ୍ୟର ସ୍ଥିତି ଏବଂ ସମସ୍ୟା ‘ ସମ୍ପର୍କିତ ବିଷୟବସ୍ତୁ ନେଇ ଆଲୋଚନା କରାଯିବାର ଲକ୍ଷ୍ୟ ରହିଛି। ଏତଦ୍ ବ୍ୟତୀତ ପୁଷ୍ଟିଶସ୍ୟ ଏବଂ ବିସ୍ମୃତ ଖାଦ୍ୟକୁ ନେଇ ବିଶ୍ୱସ୍ତରରେ ଦେଖାଦେଉଥିବା ଆହ୍ୱାନ ଏବଂ ସୁଯୋଗ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯିବ। ମୁଖ୍ୟତଃ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଓଡ଼ିଶାର ଚାଷୀ ମାନେ ମିଲେଟ୍ ଜାତୀୟ ପୁଷ୍ଟିଶସ୍ୟ ଉତ୍ପାଦନରେ ଅଧିକ ଧ୍ୟାନ ଦେଉଛନ୍ତି। ଏଥିସହ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମିଲେଟ୍ ଜାତୀୟ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଏହାର ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି।

ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ୨୦୨୪କୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ବ୍ଲକସ୍ତରୀୟ ବିସ୍ମୃତ ଖାଦ୍ୟ ମେଳା ଅନୁଷ୍ଠିତ କରାଯାଉଛି। ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କେନ୍ଦୁଝର ଜିଲ୍ଲା ରଘୁନାଥପୁର ଗ୍ରାମ ପଞ୍ଚାୟତ କାଳିଆବେଡା ଗ୍ରାମରେ ବ୍ଳକସ୍ତରୀୟ ବିସ୍ମୃତ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର କୃଷି ଜିଲ୍ଲା ଅଧିକାରୀ, ମିଶନ ଶକ୍ତି ବିଭାଗର କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଡାଲି, ତୈଳବୀଜ, ବିଭିନ୍ନ ଶାଗ, ଖାଦ୍ୟଶସ୍ୟ, ପୁଷ୍ଟିଶସ୍ୟ, ଫଳ ଏବଂ ଅନ୍ୟାନ୍ୟ ୬୫ ପ୍ରକାରରୁ ଅଧିକ ସ୍ଥାନୀୟ ବିସ୍ମୃତ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×