ଜୀବିକାର ରାହା ଯୋଗାଇଛି ଜୈବିକ ଚାଷ

0

ରାତି ପାହିଲେ ହାତରେ ଲଙ୍ଗଳ , କାନ୍ଧରେ ଗାମୁଛା ଆଉ ପଖାଳ ମୁଠେ ଖାଇଦେଇ ଆରମ୍ଭ ହୋଇଯାଏ ଚାଷର ପର୍ବ । ସତରେ ଏକ ମହାର୍ଘ୍ୟ ଅନୁଭୂତିର ଅବଲୋକନ । ପାରମ୍ପରିକ କୃଷିକୁ ଛାଡ଼ି ଏବର ସମାଜରେ ଆଧୁନିକତାର ସ୍ପର୍ଶ ଗାଁ କ୍ଷେତରେ ବି ଦେଖାଗଲାଣି । ରାସାୟନିକ ସାରର ବହୁଳ ବ୍ୟବହାର ଏବେ ସବୁଆଡେ଼ ଆମ ଦୃଷ୍ଟିକୋଣରେ ପରିଲକ୍ଷିତ । କିନ୍ତୁ ଆମ ଅଜାଣତରେ ଆମେ ନିଜେ ନିଜର ଶରୀରର କେତେ ଯେ କ୍ଷତି କରୁଛନ୍ତି , ସେକଥା ଜାଣି ନାହାନ୍ତି । ତେଣୁ ଏହି ଆଧୁନିକତାକୁ ଦ୍ୱାହି ଦେଇ ଏବେ ଜୈବିକ କୃଷିର ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି । ଜୈବିକ କୃଷି ଏବେ କୃଷି କ୍ଷେତ୍ରର ଏକ ସଫଳ ବାର୍ତ୍ତାବହ ଭାବେ ପରିଗଣିତ ହେଲାଣି । କମ୍‌ ଖର୍ଚ୍ଚ ଓ ଅଧିକ ଉତ୍ପାଦନର ମିଶ୍ରିତ ଉପାଦାନ ଜୈବିକ ଚାଷ । ରାସାୟନିକ କୀଟନାଶକକୁ ବନ୍ଦ କରି ଗୋବର,ଗୋମୂତ୍ର ପରି ଦେଶୀ ଦ୍ରବ୍ୟକୁ ବ୍ୟବହାର କରି ଆଜି ବି ଉତ୍ପାଦନ ବୃଦ୍ଧି କରାଯାଇପାରୁଛି । ଏହା ଦ୍ୱାରା ଶରୀର ବି ସୁସ୍ଥ ରହିବା ସହ ସେମତି ଜଣେ ଚାଷୀ ଯିଏ ସ୍ନାତକ କରିଥିଲେ ହେଁ ଚାଷର ମୋହ ତାଙ୍କୁ ବାନ୍ଧିରଖିଛି ଚାଷଜମିରେ । ସେ ଜୈବିକ ଓ ସମନ୍ୱିତ କୃଷିର ଜଣେ ସଫଳ ଉଦାହରଣ । .ସେମିତି ଜଣେ ଚାଷୀ ଯିଏ ସାର,ବିଷକୁ ଛାଡ଼ି ଏବେ ଜୈବିକ ଚାଷର ମୋହରେ ବାନ୍ଧି ହୋଇଯାଇଛନ୍ତି , ସେ ହେଲେ ଚିଲିକା ବ୍ଲକର ବଉଳାବନ୍ଧ ଗ୍ରାମର ଶ୍ରୀ ଆନନ୍ଦ ନାୟକ(ମୋ -୭୯୭୮୫୪୪୩୦୩) । ୪୫ ବର୍ଷ ବୟସରେ ବି ସେ ଥକି ପଡ଼ି ନାହାନ୍ତି । ଟିସିଏସ୍‌ରେ ଚାକିରୀ କରି ମଧ୍‌୍ରୟ ସବୁଜ କ୍ଷେତର ବାସ୍ନାରେ ସେ ବିଭୋର ହୋଇଯାଇଛନ୍ତି । ଗାଁ ଗାଁରେ ଜୈବିକ ଚାଷର ବାର୍ତ୍ତା ପହଁଚାଇବା ସହ ବିଭିନ୍ନ ସ୍ଥାନରୁ ବେଶ ପ୍ରଶଂସା ବି ସାଉଁଟୁଛନ୍ତି । ସେମିତି ଜଣେ ସଫଳ ଚାଷୀଙ୍କ ସହ ଅଧିକ ଆଲୋଚନା କରିଥିଲେ ଡ଼ି ଶୁଭମ୍‌ …

nano urea

ପ୍ର: ଆପଣ ଜୈବିକ ଚାଷ କରିବାକୁ ଆଗ୍ରହ ପ୍ରକାଶ କ’ଣ ପାଇଁ କଲେ ?
ଉ: ବର୍ତ୍ତମାନ ସମୟରେ କେହି କାଦୁଅ ବିଲରେ ଗୋଡ଼ ପଶେଇବାକୁ ଇଚ୍ଛା କରୁନାହାନ୍ତି । ସମସ୍ତଙ୍କୁ ଏବେ ସାର , ବିଷ ବ୍ୟବହାରରେ ବ୍ୟସ୍ତ । କିନ୍ତୁ ଜୈବିକ ଚାଷ ଏବେ ସବୁଆଡେ଼ ବେଶ ଲୋକପ୍ରିୟ ହେବାରେ ଲାଗିଲାଣି । ତେଣୁ ପ୍ରଥମେ ମୁଁ ୟୁଟ୍ୟୁବରୁ ଜୈବିକ ଚାଷ ବିଷୟରେ ଦେଖି ଏହାକୁ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କଲି । ପରବିର୍ତ୍ତୀ ସମରେ କୃଷି ବିଶେଷଜ୍‌୍ୟ ମାନଙ୍କ ପରାମର୍ଶକୁ ପାଥେୟ କରି ସମ୍‌ୂର୍ଣ୍ଣ ଭାବେ ଜୈବିକ ଚାଷ କରୁଛି । ଏହା ବେଶ ଲାଭଦାୟକ ଓ ଶରୀର ଓ ପରିବେଶ ପ୍ରତି ହିତକର । ଏହା ଦ୍ୱାରା ଜମିର ଉର୍ବରତା ବଢ଼ିଥାଏ । ଜମିର ମାନ ବି ବଢ଼ିଥାଏ ।
ପ୍ର: ଜୈବିକ କୃଷି ରାସାୟନିକ କୃଷି ଭିତରେ ଆପଣ କଣ ବିଶେଷ ତଫାତ ଦେଖୁଛନ୍ତି?
ଉ: ପ୍ରଥମତଃ ବର୍ତ୍ତମାନ ସମୟରେ ସମସ୍ତେ ଜମିରୁ କିପରି ଅଧିକ ଅମଳ ହେବ , ତାହାକୁ ପ୍ରାଥମିକତା ଦେଉଛନ୍ତି । କିନ୍ତୁ ଅଧିକ ଅମଳ ଆଶାରେ ଆମେ ନିଜ ଦେହ ତଥା ମାଟିର ଯେଉଁ ହାନି ପହଁଚାଉଛନ୍ତି , ସେକଥାକୁ ଭୁଲିଯାଉଛନ୍ତି । କିଛିଟା ପାଇବା ଆଶାରେ ଅନେକ କିଛି ଆମେ ହରାଉଛନ୍ତି । ଏହି ଉପକ୍ରମରେ ଜୈବିକ କୃଷି ଏକ ସୁନ୍ଦର ଆଉ ଅଭିନବ ପଦକ୍ଷେପ । ଯେଉଁଥିରେ ଆମେ ସ୍ୱଳ୍ପ ଟଙ୍କା ବିନିଯୋଗ କରି ଅଧିକ ଅମଳ କରିବା ସହ ଆମ ଶରୀର ସୁସ୍ଥ ବି ରହିଥାଏ । ଏହା ଯୋଗୁଁ ପରିବେଶ ସନ୍ତୁଳନ ବି ରକ୍ଷା ହୋଇଥାଏ । ମାଟିର ଉର୍ବରତା ବଢେ଼ ।
ପ୍ର: ଟି.ସିଏସରେ ଚାକରି କରିବା ସହ ଆପଣ ଜୈବିକ କୃଷିର ମୋହରେ କିପରି ପଡ଼ିଲେ?
ଉ: ସ୍ନାତକ ତ ମୋର ଶିକ୍ଷାଗତ ଯୋଗ୍ୟତା । କିନ୍ତୁ ବ୍ୟକ୍ତିଗତ ଭାବରେ କହିବାକୁ ଗଲେ ମୋତେ ଏମିତି କିଛି କରିବାର ଥିଲା ଯାହା ମୋତେ ଆତ୍ମସନ୍ତୋଷ ଦେଇପାରୁଥିବ । ସେଥିପାଇଁ ଚାଷକୁ ପ୍ରମୁଖ ପନ୍ଥା ଭାବେ ବାଛିଲି । ଆଉ ଜୈବିକ କୃଷିକୁ ଆପଣେଇବାର କାରଣ ଏହା ଯୋଗୁଁ ଆମେ ବେଶ କମ୍‌ ପଇସାରେ ନିଜ ଘରେ ଜୈବିକ ଉପାୟରେ କୀଟନାଶକ ଓ ସାର ପ୍ରସ୍ତୁତ କରି ଜମିରେ ଦେଇପାରୁଛୁ । ଏହା ଯୋଗୁଁ ଦେହ , ମନ ବି ସୁସ୍ଥ ରହୁଛି । କାମ କରିବାକୁ ଉତ୍ସାହ ବି ମିଳୁଛି ।
ପ୍ର: ଆପଣଙ୍କ ଜମିରେ କଣ କଣ ଜୈବିକ ଉପାୟ ଅବଲମ୍ବନ କରୁଛନ୍ତି?
ଉ: ମୁଁ ପ୍ରଥମରୁ ଜିଆଖତ ପ୍ରସ୍ତୁତ କରିଆସୁଛି । ଏହା ବ୍ୟତୀତ ଜୀବାମୃତକୁ ପାଂଚ ବର୍ଷ ହେବ ନିଜ ଜମିରେ ବ୍ୟବହାର କରୁଛି । ଏହା ମାଟି ପାଇଁ ବେଶ ଫଳପ୍ରଦ ଭାବେ କାମ କରୁଛି । ବ୍ରହ୍ମାସ୍ତ୍ର,ପଂଚଗବ୍ୟ, ବୀଜାମୃତ ,ହାଣ୍ଡିଖତ ପ୍ରଭୃତିକୁ ଜମିରେ ବି ଉପଯୋଗ କରୁଛି । ଏହାର ଉପକାରିତାକୁ ମୁଁ ନିଜେ ଅନୁଭବ କରିପାରୁଛି । ଏହା ଦ୍ୱାରା ରୋଗ ପୋକ ଲାଗିବା ସମ୍ପୂର୍ଣ୍ଣ କମି ଯାଇଛି ।
ପ୍ର: ବର୍ତ୍ତମାନର ଯୁବସମାଜ ଚାଷ ପାଇଁ ବିମୁଖ ହେବାର କାରଣ କଣ ହୋଇଥାଇପାରେ?
ଉ: ଯୁବକ ମାନେ ଚାଷ ପାଇଁ ସ୍ୱତଃ ଭାବରେ ଆଗ୍ରହ ସୃଷ୍ଟି କରିବା ଆବଶ୍ୟକ । ବିମୁଖ ହେବାର କାରଣ ସେମାନେ ବର୍ତ୍ତମାନ ସମୟରେ ଆଉ କ୍ଷେତକୁ ପଶିବାକୁ ଚାହୁଁନାହାନ୍ତି । ଯୁଗ ବଦଳିବା ସହ ମାନସିକତା ବି ପରିବର୍ତ୍ତନ ହେଉଛି । ମନରେ ଇଚ୍ଛା ଥିଲେ ସବୁକିଛି ସମ୍ଭବ । ଏହି ପରିପ୍ରେକ୍ଷୀରେ ଯୁବସମାଜ ଚାହିଁଲେ କୃଷି କ୍ଷେତ୍ରରେ ବି ଉଦ୍ୟୋଗୀ ହୋଇପାରିବେ । କେବଳ ଦୃଢ଼ ଇଚ୍ଛାଶକ୍ତି ଓ କର୍ମକୁଶଳତା ହିଁ ଏହାର ପରିମାପକ ବୋଲି ମୋର ବିଶ୍ୱାସ । ମୋ ମତରେ ଯୁବକ ମାନେ କୃଷିକୁ ନାକ ନ ଟେକି ବରଂ ଏଥିପାଇଁ ଆଗେଇ ଆସିବା ଆବଶ୍ୟକ ।

Leave A Reply

Your email address will not be published.

one + eight =