ହାଣ୍ଡିଶାଳରୁ ସଫଳ ମହିଳା ମାଛ ଚାଷୀ

ସମ୍ବଲପୁରର ସୁଜାତା ଭୂୟାଁ। ସେ ଜଣେ ସଫଳ ମହିଳା ଉଦ୍ୟୋଗୀ। ଯିଏ ହୀରାକୁଦ ଜଳଭଣ୍ଡାରରେ କେଜ୍ କଲ୍‌ଚର ମାଧ୍ୟମରେ ମାଛ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁର ଓମ୍ ପ୍ରକାଶ ରଥଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସମ୍ବଲପୁର ମୋଦିପଡ଼ା ଏଲ୍‌ଆଇସି କଲୋନୀର ସିକନ୍ଦର ଭୂୟାଁଙ୍କ ସ୍ତ୍ରୀ ସୁଜାତା ଭୂୟାଁ ଜଣେ ଗୃହିଣୀ। ସେ ହୀରାକୁଦର ନୀଳ ଜଳରାଶିରେ ମାଛ ଚାଷ କରି ସଫଳ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହୀରାକୁଦ ଜଳଭଣ୍ଡାରରେ କେଜ୍ କଲ୍‌ଚର ମାଧ୍ୟମରେ ମାଛ ଚାଷ କରିଥିବା ବେଳେ ସେ ୧୫ଜଣଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି।
ସେହିଭଳି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗାଁର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ର ଓମ୍ ପ୍ରକାଶ ରଥଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ଏହି ଛାତ୍ର ଜଣକ ମହିଳା ସଶକ୍ତିକରଣ ଏବଂ ଛାତ୍ରୀ ମାନଙ୍କ ଆଓ୍ବାରନେସ୍‌ ନେଇ କାମ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ନଜରକୁ ଆସିଥିଲେ। ମହିଳାଙ୍କ ଉନ୍ନତିକରଣ ପାଇଁ ପ୍ରୋତ୍ସାହନ ବିଷୟରେ ସର୍ବ ଭାରତୀୟ ସ୍ତରର ପ୍ରତିଯୋଗିତାରେ ଓମ୍ ଦେଇଥିବା ମତାମତ ପ୍ରଶଂସିତ ହୋଇପାରିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ‘ମନ୍‌ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×