ଓଡିଶାର ଦେଓଗଡ, ଢେଙ୍କାନାଳ, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧାରେ ବହୁଳ ପରିମାଣରେ ତରଭୁଜ ଚାଷ କରାଯାଉଛି। ଓଡିଶାରେ ଉତ୍ପାଦିତ ହେଉଥିବା ତରଭୁଜର ଗୁଣାତ୍ମକ ମାନ ଭଲ ହେଉଥିବା ଯୋଗୁ ଦିଲ୍ଲୀ, ହରିଆନ୍ନା, ପଞ୍ଜାବ, ଉତ୍ତରପ୍ରଦେଶରେ ମଧ୍ୟ ଏହାର ଚାହିଦା ରହିଛି। ଓଡ଼ିଶାର ଦେଓଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳ ରେ ରିୱାର୍ଡ ପ୍ରକଳ୍ପ ଅଧିନରେ ଉତ୍ପାଦିତ ୬ ମେଟ୍ରିକ୍ ଟନ୍ ତରଭୁଜକୁ ସିଧାସଳଖ ଭୁବନେଶ୍ୱର ବଜାର ସହ ଯୋଡ଼ି ଦିଆଯାଇଛି। ରାଜ୍ୟର କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।
କୃଷକଙ୍କ ଉତ୍ପାଦିତ ଦ୍ରବ୍ୟକୁ ସିଧାସଳଖ ବଜାର ସହ ଯୋଡ଼ିବା ଦ୍ୱାରା ସେମାନଙ୍କ ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରିଛି। ଦେଓଗଡ଼ର ପାହାଡ଼ିଆ ଅଞ୍ଚଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ତରଭୁଜର ସଫଳ ପରିବହନ ଏବଂ ବିକ୍ରୟ ଓଡିଶାରେ ଗ୍ରାମୀଣ ବାଣିଜ୍ୟିକ କ୍ଷମତା ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ଏହି ସଫଳତା ମୃତ୍ତିକା ସଂରକ୍ଷଣ ଏବଂ ଜଳସେଚନ ବିକାଶ ନିର୍ଦ୍ଦେଶାଳୟ, ଓଡିଶା ସରକାର ଏବଂ ବିଶ୍ୱବ୍ୟାଙ୍କ ସହିତ ଜଡିତ ସହଯୋଗୀ ପ୍ରୟାସର ପ୍ରଭାବକୁ ଦର୍ଶାଉଛି। ଏହି ପଦକ୍ଷେପ କୃଷକ ଉତ୍ପାଦକ ସଂଗଠନର ଅମଳ ପରବର୍ତ୍ତୀ କ୍ଷତି ହ୍ରାସ କରିବାରେ ସାହାଯ୍ୟ କରୁଛି ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
