ଇଞ୍ଜିନିୟରରୁ ସଫଳ ଚାଷୀ ହୃଦାନନ୍ଦ ବିଶି

ରାଜ୍ୟରେ କୃଷି ପାଇଁ ଅଧିକାଂଶ ଚାଷୀ ମନ ବଳାଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଅଇଁଲାପଡ଼ା ଗ୍ରାମର ୩୬ ବର୍ଷୀୟ ହୃଦାନନ୍ଦ ବିଶି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଈ ଯୋଜନାର ସୁବିଧା ନେଇ ଏକ ସଫଳ ଚାଷୀ ଭାବେ ଚିହ୍ନଟ ହୋଇଛନ୍ତି। ବି-ଟେକ ସ୍ନାତକ ଡିଗ୍ରୀ ସରିବା ପରେ ଯେତବେଳେ ତାଙ୍କ ସାଙ୍ଗମାନେ ସରକାରୀ ଓ ବେସରକାରୀ ଚାକିରି ପାଇଁ ସୁଯୋଗ ଖୋଜୁଥିଲେ ସେତେବେଳେ ହୃଦାନନ୍ଦ ସ୍ଵତନ୍ତ୍ର ଭିନ୍ନ ଚିନ୍ତାଧାରା ନେଇଥିଲେ। ସେ ନିଜ ଗାଁ ମାଟିରେ ସୁନାର ଫସଲ ଫଳାଇବାକୁ ନିଷ୍ପତ୍ତି ନେଇଥିଲେ।
ହୃଦାନନ୍ଦ ଜଣେ ଉଚ୍ଚ ଶିକ୍ଷିତ ହେତୁ ଅନଲାଇନରେ ନୂତନ ଜ୍ଞାନକୌଶଳ ଖୋଜୁଥିବା ବେଳେ ତାଙ୍କୁ ମଲଚିଂ ପଦ୍ଧତିରେ ଚାଷ ବେଶୀ ପ୍ରଭାବିତ କରିଥିଲା। ଲଖନପୁର ବ୍ଲକ ଉଦ୍ୟାନ ବିଭାଗ ପକ୍ଷରୁ ସେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ ବୁନ୍ଦା ଜଳସେଚନ ସିଷ୍ଟମ୍ ସ୍ଥାପନ ପାଇଁ ସହାୟତା ପାଇଲେ। ମାତ୍ର ୨୦,୦୦୦ ଟଙ୍କାର ରିହାତି ଦରରେ ଏହି ସିଷ୍ଟମ୍ ନିଜ ୫ ଏକର ଚାଷ ଜମିରେ ଲଗାଇବାରେ ସଫଳ ହେଲେ। ହୃଦାନନ୍ଦ ବର୍ତ୍ତମାନ ୫ ଏକର ଜମିରେ ବାଇଗଣ, କଲରା, ଝୁଡୁଙ୍ଗ, ବିଲାତି ଏବଂ ତରଭୁଜ ଆଦି ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ପାରମ୍ପରିକ ସାର ବଦଳରେ ସେ ଅଧିକରୁ ଅଧିକ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×