୨୦୨୬-୨୭ ପାଇଁ ୧.୬୩ ଲକ୍ଷର କୃଷି ବଜେଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଏ ପର୍ଯ୍ୟନ୍ତ ମୋଟ ୧୫ଟି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ ହୋଇଛି। ଏଥିରୁ ୮ ଥର ବଜେଟ ଦିନ ବିଏସଇ ମାନକ ସୂଚକାଙ୍କ ସେନସେକ୍ସ ଋଣାତ୍ମକ ବନ୍ଦ ହୋଇଥିବାର ରେକର୍ଡ ରହିଛି। ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ମେଣ୍ଟ ସରକାର ୨୦୧୪ ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୧୫ଟି ବଜେଟ୍ ଆଣିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନା କାଳରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ ଅନ ଫରୱାର୍ଡ କଣ୍ଟ୍ରାକ୍ଟ ଡିଲସ୍ (ଏସଟିଟି) ବୃଦ୍ଧି ନିମନ୍ତେ ପ୍ରସ୍ତାବ ରଖିଛନ୍ତି।
୨୦୨୬-୨୭ ଆର୍ଥିକ ବଜେଟରେ କୃଷି କ୍ଷେତ୍ର ପାଇଁ ମୋଟ ୧,୬୨,୭୧ କୋଟିର ବ୍ୟୟବରାଦ କରାଯାଇଛି। ଏହା ୨୦୨୫-୨୬ ତୁଳନାରୀ ୭% ଅଧିକ। ୨୦୨୫-୨୬ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରର ବଜେଟ ୧,୫୧,୮୫୩ କୋଟି ଟଙ୍କା ରହିଥିଲା। କୃଷକ ଓ କୃଷି କଲ୍ୟାଣ, ଖାଦ୍ୟ ସୁରକ୍ଷା ଓ ଗ୍ରାମୀଣ ଜୀବିକା ଉପରେ ପୁଣିଥରେ ବଜେଟରେ ଫୋକସ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣରେ ଗୋଟିଏ ନୂଆ ଏଆଇ ଭିତ୍ତିକ ଉପକରଣ ଭାରତ ବିସ୍ତାର ସମ୍ପର୍କରେ ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ ଏହି ଏଆଇ ଭିତ୍ତିକ ଉପକରଣ ଘୋଷଣା କରାଯାଇଛି। ଏହାଦ୍ୱାରା ଚାଷ କାମ ଅଧିକ ସହଜ ଓ ଅଧିକ ସଂଗଠିତ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×