ମକର ସଂକ୍ରାନ୍ତି ଏକ ସର୍ବ ଭାରତୀୟ ପର୍ବ। ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି। ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି। ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ। ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ। ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି।
କୃଷି ପର୍ବ ଭାବେ ଏହା ରବି ଧାନ ଅମଳ ର ପରବର୍ତୀ ସମୟ କୁ ଦର୍ଶାଇ ଥାଏ ତେଣୁ ରବି ଧାନ କୁ ଏହି ଦିନ ପୂଜା କରାଯାଇ ମକର ଚାଉଳ ଭାବେ ଭୋଗ ଲଗାଯାଏ। ଏହା ବ୍ୟତୀତ ମକର ରେ ଗୁଡ଼ି ଉଡେଇବା ର ଏକ ବିଶେଷ ପ୍ରଥା ରହିଛି। ଓଡିଶା ର ବିଭିନ୍ନ ସ୍ଥାନ ରେ ମେଳା ,ନୃତ୍ୟ ଏବଂ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ କରାଯାଇଥାଏ। ଭାରତର ଅଲଗା ଅଲଗା ଅଞ୍ଚଳରେ ଏହି ପର୍ବକୁ ଅଲଗା ଅଲଗା ନାମରେ ଓ ପରମ୍ପରାରେ ପାଳନ କରାଯାଏ। ତାମିଲନାଡୁରେ ଏହାକୁ ପୋଙ୍ଗଲ ରୂପେ ପାଳନ କରାଯାଉଥିବା ବେଳେ ପଞ୍ଜାବରେ ଲୋହରୀ, ଗୁଜରାଟରେ ଉତ୍ତରାୟଣ ଓ ଉତ୍ତର ଭାରତରେ ମକର ସଂକ୍ରାନ୍ତି ରୂପେ ଏହାକୁ ପାଳନ କରାଯାଏ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
