ବାର୍ଷିକ ରାଜ୍ୟ ସମ୍ମିଳନୀରେ ଚାଷୀଙ୍କୁ ଗୁରୁତ୍ଵ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଚାଷୀ ଦେଶର ମେରୁଦଣ୍ଡ ହୋଇଥିବାରୁ, ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳରେ ଅନୁଷ୍ଠିତ ବାର୍ଷିକ ରାଜ୍ୟ ସମ୍ମିଳନୀରେ ଯୋଗ ଦେଇ ଚାଷ ଏବଂ ଚସା ଭାଇଙ୍କ ଉନ୍ନତିକରଣ ପଦକ୍ଷେପକୁ ସାକାର କରିବା ଉଦ୍ଦେଶ୍ୟରେ ସମସ୍ତ ଚିଠିକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆଗାମୀ ଭବିଷ୍ୟତରେ ରାଜ୍ୟର ୫୨ ପ୍ରତିଶତ ଏସଇବିସି ଜନଜାତିର ଚଷା ଭାଇମାନଙ୍କୁ ଓବିଶି ଜନଜାତିରେ ମିଶାଇବା ପାଇଁ କହିଛନ୍ତି। ରାଜ୍ୟର ସମସ୍ତ ପଛୁଆବର୍ଗର ଚଷା ଭାଇମାନେ ସେମାନଙ୍କ ସାମ୍ବିଧାନିକ ଅଧିକାର ପାଇବା ନେଇ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରିଛନ୍ତି।

ରାଜ୍ୟର ସମସ୍ତ ଜିଲ୍ଲାରେ ବିଭିନ୍ନ ଜନଜାତିର ଲୋକମାନେ ଚାଷକୁ ଗୁରୁତ୍ଵ ଦେଇ ଚଷା କୂଳକୁ ବହୁ ଉନ୍ନତି ପଥରେ ପହଞ୍ଚାଇବା ସହ ଦେଶର ଅର୍ଥନୀତିକୁ ମଧ୍ୟ ସୁଦୃଢ କରିପାରୁଛନ୍ତି। ତେଣୁ ସମ୍ପୂର୍ଣ୍ଣ ଚଷା ଜାତିକୁ ସେମାନଙ୍କ ମୌଳିକ ଏବଂ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ନକରାଯିବା ନେଇ ବାର୍ଷିକ ରାଜ୍ୟ ସମ୍ମିଳନୀରେ ଆଲୋକପାତ କରାଯାଇଛି। ଏବଂ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ନିଜର ବକ୍ତବ୍ୟ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ସମସ୍ତ ବାର୍ତ୍ତା ପହଞ୍ଚାଇଛନ୍ତି। ଅନୁଗୋଳ, ତାଳଚେର, ଦେଓଗଡ଼ ଆଦି ଅଞ୍ଚଳର ଶିକ୍ଷା ଏବଂ ଶିକ୍ଷିତ ପରିବେଶକୁ ପ୍ରଶଂସା କରିବା ସହ ଏହାର ଉନ୍ନତି କରିବା ପାଇଁ ମଧ୍ୟ ମାନ୍ୟବର ପ୍ରଧାନ ନିଜର ବକ୍ତବ୍ୟ ରଖିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×