କୃଷିର ବିକାଶରେ କୃଷକର ବିକାଶ

ପ୍ରତିବର୍ଷ ଡିସେମ୍ବର ୨୩ରେ ସାରା ଭାରତରେ କୃଷକ ଦିବସ ପାଳିତ ହୋଇଥାଏ। ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୂରୀ ଚରଣ ସିଂହଙ୍କ ଜନ୍ମଦିନକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ଥିବା କାଳରେ ଦେଶର କୃଷକଙ୍କ ଉନ୍ନତି କ୍ଷେତ୍ରରେ ସେ ଅନେକ ପଦକ୍ଷେପ ନେଇଥିଲେ। ଏହାର ମୂଳ କାରଣ ଥିଲା ଚରଣ ସିଂହ ନିଜେ କୃଷକ ପରିବାରରେ ଜନ୍ମ ହୋଇଥିଲେ। ସେ କୃଷକଙ୍କ ସମସ୍ୟାକୁ ଅଙ୍ଗେ ନିଭାଇଥିଲେ। ସେଥିପାଇଁ ତାଙ୍କ ଜନ୍ମଦିନକୁ ସାରାଦେଶରେ କୃଷକ ଦିବସ ଭାବେ ପାଳିତ ହୋଇ ଆସୁଛି। ଏହି ଦିବସ ପାଳନ ହେବାର ଆଉ ଏକ କାରଣ ହେଲା କୃଷକଙ୍କର ଯୋଗଦାନକୁ ଲୋକଙ୍କୁ ଜଣାଇବା।

କୃଷି ଓ କୃଷକର ଉନ୍ନତିରେ ଦେଶର ପ୍ରଗତି ସମ୍ଭବ ହୋଇଥାଏ। କୃଷକ ନିଜ ଝାଳ ବୁହାଇ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇଥାଏ। ଏହି ଦୃଷ୍ଟିରୁ ଦେଶର ପ୍ରତି ନାଗରିକ କୃଷକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଚରଣ ସିଂହ ଦେଶବାସୀଙ୍କୁ ଜଣାଇଥିଲେ। ଦେଶର କୃଷକମାନଙ୍କୁ ସମ୍ମାନ ଜଣାଇବା ସହ ସ୍ବର୍ଗତ ଚରଣ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ତାଙ୍କରି ଜନ୍ମଦିନକୁ କୃଷକ ଦିବସ ଭାବେ ପାଳନ କରିବା ଲାଗି ୨୦୦୧ ମସିହାରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ସେବେ ଠାରୁ ଦେଶରେ କୃଷକମାନଙ୍କ ଭୂମିକା ଏବଂ ଅର୍ଥନୀତିକୁ ଗୁରୁତ୍ବପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏହି ବିଶେଷ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×