ଆସନ୍ତା ୨୦ ରୁ ଆରମ୍ଭ ହେବ ଖରିଫ୍ ଧାନ କିଣା

ରାଜ୍ୟରେ କିଛି ଦିନ ହେବ ଖରିଫ୍ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଥିଲା। କିପରି ସୁବିଧାରେ ଧାନ କିଣା ଯିବ ଏବଂ ଚାଷୀମାନେ ସେମାନଙ୍କ ଉପଯୁକ୍ତ ମୂଲ୍ୟ ପାଇବା ସହ ଅତିରିକ୍ତ ବୋନସ ମଧ୍ୟ ପାଇପାରିବେ ସେଥିପ୍ରତି ଚୁକ୍ତିନାମା ଘୋଷଣା କରାଯାଇଥିଲା। ବର୍ତ୍ତମାନ ଆସନ୍ତା ୨୦ ତାରିଖରୁ ଖରିଫ୍ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ପ୍ରଥମେ ରାଜ୍ୟର ବରଗଡ଼ ଜିଲ୍ଲାରୁ ଖରିଫ୍ ଧାନ ସଂଗ୍ରହ କରାଯିବ। ଧାନର ପ୍ରକୃତ ସଂରକ୍ଷଣ ପାଇଁ ମଧ୍ୟ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।

ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ସମୁଦାୟ ୧୦୦ ଟି ମଡେଲ ମଣ୍ଡି ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୮ ଟି ମଡେଲ ମଣ୍ଡି କରାଯିବ ଏବଂ ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଲାଣି ବୋଲି ମାନ୍ୟବର ସମବାୟ ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଧାନ କ୍ରୟ ଠାରୁ ଆରମ୍ଭ କରି ଚାଷୀଙ୍କ ପ୍ରକୃତ ମୂଲ୍ୟ ପ୍ରଦାନ ପର୍ଯ୍ୟନ୍ତ ସରକାର ସମସ୍ତ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସଂପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। ଚାଷୀ ମାନଙ୍କ ସହ କୌଣସି ଠକାମୀ ନହେବା ପାଇଁ ସରକାର ସଜାଗ ରହିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×