ଆଳୁର ଉତ୍ପତ୍ତି ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା। ଯାହାକି ଧୀରେ ଧୀରେ ଅନ୍ୟ ଦେଶ ମାନଙ୍କରେ ଦେଖିବାକୁ ମିଳିଲା, ସେହିପରି ବର୍ତ୍ତମାନ ଭାରତରେ ପ୍ରାୟ ଅଧିକାଂଶ ରାଜ୍ୟରେ ଏହାର ଚାଷ ଅଧିକ ମାତ୍ରାରେ କରାଯାଉଛି। ଆଳୁ ଦୈନନ୍ଦିନ ଖାଦ୍ୟ ଥାଳିର ଏକ ମୁଖ୍ୟ ଉପାଦାନ ପାଲଟିଛି। ତେଣୁ ଚଳିତବର୍ଷ ସରକାର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଚାଷଜମିରେ ଆଳୁ ଚାଷ କରିବା ପାଇଁ ଯୋଜନା କରିଛନ୍ତି। ଆଳୁ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ଅଭିଯାନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଲୋକସେବା ଭବନରେ ଏହି ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଓଡିଶାକୁ ଆଳୁରେ ଆତ୍ମନିର୍ଭରଶୀଳ କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ଏହାବ୍ୟତୀତ, ପ୍ରାୟ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା, ୩୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ଯୋଜନା ରହିଛି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ
