ରାଜ୍ୟ କ୍ୟାବିନେଟ୍‌ରେ ୧୫ ପ୍ରସ୍ତାବକୁ ମୋହର

ଚଳିତ ବର୍ଷ ରାଜ୍ୟରେ ୬୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ ହେବ। ଧାନ ହିସାବରେ ଏହା ପ୍ରାୟ ୯୩ ଲକ୍ଷ ମେଟ୍ରିକ୍‌ ଟନ୍‌ ହେବ। ଖରିଫ ଓ ରବିରେ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ଯଥାକ୍ରମେ ୭୩ ଓ ୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ରହିବ। ଏହାଠାରୁ ଯଦି ପଞ୍ଜିକୃତ ଚାଷୀଙ୍କଠାରୁ ମଣ୍ଡିକୁ ଅଧିକ ଧାନ ଆସେ ତେବେ ତାହା ମଧ୍ୟ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୮ ତମ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ ଆସନ୍ତା ନଭେମ୍ବର ମାସରୁ ଖରିଫ ଧାନ ସଂଗ୍ରହ କରାଯିବ। ରବି ଧାନ ମେ ୨୦୨୬ରୁ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ କ୍ୟାବିନେଟ୍‌ ବୈଠକରେ ‘ଓଡ଼ିଶା ଜନ ବିଶ୍ୱାସ’ ଅଧ୍ୟାଦେଶକୁ ଅନୁମୋଦନ ମିଳିଛି। ଏହି ଅଧ୍ୟାଦେଶ ବଳରେ ଏଣିକି ରାଜ୍ୟରେ ଛୋଟ ଅପରାଧକୁ ଅପରାଧମୁକ୍ତ କରିବା ଏବଂ ବିଶ୍ୱାସଭିତ୍ତିକ ଶାସନ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ ଅଣ-ଗୁରୁତର ଖିଲାପ ପାଇଁ ଜେଲ୍‌ ଦଣ୍ଡ ବଦଳରେ ଦେୱାନୀ ଦଣ୍ଡ ସହିତ, ବ୍ୟବସାୟ ଏବଂ ବ୍ୟକ୍ତିବେଶ। ଉଭୟଙ୍କ ଉପରେ ନିୟାମକ ବୋଝ ଯଥେଷ୍ଟ ହ୍ରାସ ପାଇବ ବୋଲି ରାଜ୍ୟ ସରକାର କହିଛନ୍ତି। ସେହିପରି ରାଜ୍ୟ ସରକାର ‘ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ନିୟମ-୨୦୨୫’ ପ୍ରଣୟନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×