ମହିଳାଙ୍କୁ ସ୍ବାବଲମ୍ବୀ କରିଛି ଶାଳ ପତ୍ର

ବରଗଡ଼ ଜିଲ୍ଲା ପାଇକମାଳ ଅନ୍ତର୍ଗତ ଜର୍ଜଗଡ଼ ଗ୍ରାମର ମହିଳାମାନେ ଗନ୍ଧମାର୍ଦ୍ଦନ ପାହାଡ଼ରୁ ଶାଳ ପତ୍ର ସଂଗ୍ରହ କରି ଖଲି, ଦୋନା ଆଦି ତିଆରି କରୁଛନ୍ତି। ଏହି ପାରମ୍ପରିକ କୌଶଳ ଗ୍ରାମବାସୀଙ୍କୁ ବାର୍ଷିକ ପ୍ରାୟ ୬ ଲକ୍ଷ ଟଙ୍କାର ଆୟ ଦେଇପାରୁଛି। ଯାହାଦ୍ବାରା ଏହା ଆର୍ଥିକ ସଶକ୍ତିକରଣର ଏକ ନୂଆ ରାସ୍ତା ପାଲଟିଛି। ସ୍ଥାନୀୟ ମହିଳାମାନଙ୍କ କଠିନ ପରିଶ୍ରମ ଓ ପ୍ରୟାସ ଦ୍ଵାରା ସେମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଆହୁରି ଓଡ଼ିଶାର ବହୁ ଅଞ୍ଚଳର ଆଦିବାସୀମାନଙ୍କ ପାଇଁ ଖଲିପତ୍ର ପ୍ରସ୍ତୁତି ଜୀବିକା ନିର୍ବାହର ଏକ ପନ୍ଥା ଅଟେ ଓ ସମସ୍ତ ପରିବାର ଏହି କାମରେ ନିୟୋଜିତ ହୋଇଥାନ୍ତି।

ସାଧାରଣତଃ ଓଡ଼ିଶାର କୋରାପୁଟ, କନ୍ଧମାଳ, କେନ୍ଦୁଝର, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରୁ ଶାଳ ପତ୍ର ସଂଗ୍ରହ କରାଯାଇଥାଏ। ମଇ ମାସ ଦ୍ୱିତୀୟ ସପ୍ତାହରୁ ଫେବୃଆରୀ ମାସ ଭିତରେ ଖଲିପତ୍ର ସଂଗ୍ରହ କରାଯାଇଥାଏ। ଓଡ଼ିଶାରେ ଖଲିପତ୍ରର ଚାହିଦା ସବୁ ସମୟରେ ରହିଆସିଛି। ଜଙ୍ଗଲଜାତ ଦ୍ରବ୍ୟ ଉପରେ କଟକଣା, ଜଙ୍ଗଲ ରକ୍ଷଣାବ୍ୟକ୍ଷଣର ଅଭାବ ଓ ପୋଡୁଚାଷ ଖଲିପତ୍ର ଶିଳ୍ପଉପରେ ଗଭିର ପ୍ରଭାବ ପକାଇଛି। ଫଳରେ ଖଲିପତ୍ର ତିଆରି କରି ଚଳୁଥିବା ପରିବାରର ଆର୍ଥିକ ମାନଦଣ୍ଡ ଦୁର୍ବଳ ହେବାରେ ଲାଗିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×