ଗତ ଫେବୃଆରୀ ମାସରେ ସରକାରଙ୍କ ଦ୍ଵାରା ବଜେଟରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରି ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା କରିବା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ଚଲାଇବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏବେ ଏହି ଯୋଜନାରେ ଓଡ଼ିଶାର ୪ ଗୋଟି ଜିଲ୍ଲା ଯଥା : ନୂଆପଡ଼ା, ମାଲକାନଗିରି, କନ୍ଧମାଳ ଓ ସୁନ୍ଦରଗଡ଼କୁ ସାମିଲ କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂଏହଦେଓ ଓଡ଼ିଶାର ସ୍ଥିତି ଓ ତଥ୍ୟ ଉପସ୍ଥାପନ କରି, ସମନ୍ୱିତ ଜଳବିଭାଜିକା ପରିଚାଳନା ମାଧ୍ୟମରେ ବର୍ଷା ଉପରେ ନିର୍ଭର ତଥା ଅବକ୍ଷୟମୁଖି ଜମିରେ ଉତ୍ପାଦନ କ୍ଷମତାକୁ ଉନ୍ନତ କରିବା ସମ୍ପର୍କରେ କହିଥିଲେ। ଜୀବିକା ନିର୍ବାହ ଏବଂ ଜଳବିଭାଜିକା ସ୍ତାୟିତ୍ୱକୁ ପ୍ରୋତ୍ସାହନ ଦେଇ ସ୍ଥାନୀୟ ଅନୁଷ୍ଠାନଗୁଡିକୁ ସୁଦୃଢ କରିବା ପାଇଁ ଦିଆଯାଇଥିବା ପାଣ୍ଠିର ୮୮ ପ୍ରତିଶତକୁ ପ୍ରଭାବଶାଳୀ ଭାବେ ଓଡ଼ିଶା ବ୍ୟବହାର କରିବା ନେଇ ସୂଚନା ଦେଇଥିଲେ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ହେକ୍ଟର ପିଛା ୟୁନିଟ ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ