ମହିଳାଙ୍କୁ ରୋଜଗାର ଦେଉଛି ଛତୁ ଚାଷ

ଓଡ଼ିଆ ଖାଦ୍ୟ ପଦାର୍ଥ ମଧ୍ୟରେ ଛତୁ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଥିବାରୁ ରାଜ୍ୟରେ ବହୁ ଅଞ୍ଚଳରେ ଲୋକେ ଛତୁ ଚାଷ କରୁଛନ୍ତି। ପୂର୍ବରୁ ଛତୁ ଚାଷ କେବଳ ବର୍ଷା ଋତୁରେ ଦେଖିବାକୁ ମିଳୁଥିଲା, କିନ୍ତୁ ବର୍ତ୍ତମାନ ଉଭୟ ଖରାଦିନ ଓ ବର୍ଷାଦିନେ ଛତୁ ଚାଷ ଦେଖିବାକୁ ମିଳୁଛି। ଛତୁର ଚାହିଦା ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ହେଉଥିବାରୁ ମହିଳା ମାନେ ମଧ୍ୟ ଛତୁ ଚାଷ କରି ସ୍ବାବଲମ୍ବୀ ହେଉଛନ୍ତି। ଯାହାକି ସେମାନଙ୍କୁ ଏକ ନୂତନ ପରିଚୟ ଦେବା ସହ ଆର୍ଥିକ ଲାଭବାନ ମଧ୍ୟ ହୋଇପାରିଛନ୍ତି। ଛତୁରୁ ପ୍ରସ୍ତୁତ ବ୍ୟଞ୍ଜନ ଓଡ଼ିଆ ଖାଦ୍ୟ ଥାଳିରେ ଯୋଡ଼ିହୋଇ ଏହାକୁ ବେଶ୍ ସୁଆଦିଆ କରୁଛି, ତେଣୁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

ଏହିପରି ଓଡ଼ିଶାର କଟକ ଜିଲ୍ଲା ନରସିଂହପୁର ବ୍ଲକ ନୂଆ ବଡ଼ଭୂଇଁ ଗ୍ରାମର ମା ବ୍ରାହ୍ମଣୀ ଦେଇ ଏବଂ ଶ୍ରୀକୃଷ୍ଣ ସ୍ଵଂୟ ସହାୟକ ଗୋଷ୍ଠୀର ପାଖାପାଖି ୨୦ ରୁ ଉର୍ଦ୍ଧ୍ବ ମହିଳା ମିଶି ଗତ ୨୦୨୧ ମସିହାରୁ ଛତୁ ଚାଷ ଆରମ୍ଭ କରି ଦୈନିକ ପ୍ରାୟ ୧୦ ରୁ ୧୫ କେଜି ଛତୁ ଉତ୍ପାଦନ କରୁଛନ୍ତି। ଉତ୍ପାଦିତ ଛତୁକୁ ନିକଟସ୍ଥ ବଜାରରେ ବିକ୍ରି କରି ବେଶ୍ ଭଲ ଅର୍ଥ ଉପାର୍ଜନ କରିପାରୁଛନ୍ତି। ସ୍ଵଂୟ ସହାୟକ ଗୋଷ୍ଠୀରୁ ଋଣ ନେଇ ସେମାନେ ନିଜ ପ୍ରଚେଷ୍ଟାରେ ଏହି ଚାଷ କାର୍ଯ୍ୟ ଆରମ୍ଭ କରି ବର୍ତ୍ତମାନ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେମାନେ ମିଶନ ଶକ୍ତି ତରଫରୁ ତାଲିମ ନେଇ ମଧ୍ୟ ଚାଷ ପ୍ରତି ଆହୁରି ଶସକ୍ତ ହୋଇପାରିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×