ରାଜ୍ୟରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ‘ବିକାଶ ମେଳା ୨୦୨୫’, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା। ଭୁବନେଶ୍ଵର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଗତ ଜୁନ ୧୧ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲୁରହିଥିଲା। ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଗତ ବର୍ଷକର ସଫଳତାର ଚିତ୍ର ଉପସ୍ଥାପନ କରାଯାଇଥିଲା। ଏହି ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାୟ ୭୫ ରୁ ଅଧିକ ଷ୍ଟଲ୍ରେ ଜନସାଧାରଣଙ୍କୁ ସୂଚନା, ଶିକ୍ଷା ଓ ଯୋଗାଯୋଗ ପଦ୍ଧତି ମାଧ୍ୟମରେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ସଚେତନ କରାଯାଇଛି।
ଅନୁଷ୍ଠିତ ବିକାଶ ମେଳାରେ ସ୍ଥାପିତ ଷ୍ଟଲ ଗୁଡ଼ିକ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ କରାଯାଇଥିଲା। ଏହି ଷ୍ଟଲରେ ବିଭିନ୍ନ ପ୍ରକାରର ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ, ବିହନ ଏବଂ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପାରମ୍ପରିକ ପିଠା ପ୍ରଦର୍ଶିତ କରାଯାଇଥିଲା, ଯାହାକି ଲୋକଙ୍କ ପାଇଁ ଏକ ଖାଦ୍ୟ ପସରା ଯୋଗାଇଥିଲା। ମାନ୍ୟବର ସରକାର ଓଡିଶାକୁ ପ୍ରତ୍ୟେକ ସ୍ତରରେ ଆତ୍ମନିର୍ଭରଶୀଳ କରିବା ପାଇଁ ନିଷ୍ଠାପର ଭାବେ ଉଦ୍ୟମ ଜାରି ରଖିଛନ୍ତି। ଏତଦ୍ ବ୍ୟତୀତ ଗାଁ ବିକାଶରେ ରାଜ୍ୟ ବିକଶିତ ହେବାର ଲକ୍ଷ୍ୟ ରଖି ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ଶୁଭାରମ୍ଭ କରିଛନ୍ତି।
ତଥ୍ୟ ସଂଗୃହିତ – ଶ୍ରୀ ଅନ୍ନ ଅଭିଯାନ