ଆବୁଧାବି ଗଲା ପାଟଣାଗଡ଼ର ଆମ୍ରପଲି ଆମ୍ବ

ପାଟଣାଗଡ଼ ଚାଷୀଙ୍କ ଆମ୍ବର ସ୍ୱାଦ ଚାଖିବେ ବିଦେଶୀ ଲୋକ। ପ୍ରଥମ ଥର ପାଇଁ ପାଟଣାଗଡ଼ ଅଂଚଳର କିଛି ଚାଷୀଙ୍କ ଫଳ ଏବେ ଆବୁଧାବି ଏବଂ ଲଣ୍ଡନ ଯାଉଛି। ପ୍ରଥମେ ଆବୁଧାବିକୁ ୧.୨ ଟନ ଆମ୍ବ ଏବଂ ଲଣ୍ଡନ କୁ ୨.୬ ଆମ୍ବ ଯିବା ବ୍ୟବସ୍ଥା ଥିବାବେଳେ ପ୍ରତ୍ୟେକ ଦିନ ୨.୬ ଟନ ଲଣ୍ଡନ ଯିବା ବ୍ୟବସ୍ଥା ହୋଇଛି। ସ୍ଥାନୀୟ ଅଂଚଳର ଆମ୍ବ ବାହାରକୁ ରପ୍ତାନି ହେଉଥିବାରୁ ସ୍ଥାନୀୟ ଚାଷୀ ଖୁସି ଅନୁଭବ କରିଛନ୍ତି। ଭଲ ଦୁଇ ପଇସା ଲାଭବାନ ହେବେ ବୋଲି ଆଶାବାଦୀ ଅଛନ୍ତି। ଏହି ଆମ୍ବ ପାଟଣାଗଡ଼ ଠୁ ଦୁଇଟି ପିକଅପ ଭ୍ୟାନ ଯୋଗେ ଭୁବନେଶ୍ୱର ଓ କଲିକତା ଯାଇ ସେଠାରୁ ଉଡ଼ାଜାହାଜ ଦ୍ୱାରା ଲଣ୍ଡନକୁ ପଠାଯିବ।

ଓଡ଼ିଶାରେ ଉତ୍ପାଦିତ ଆମ୍ବ ଦେଶ ବିଦେଶକୁ ରପ୍ତାନି ହେବା ଦ୍ଵାରା ବହୁ ପ୍ରଶଂସା ସାଉଁଟୁଛି। ବିଦେଶକୁ ରପ୍ତାନି ଦ୍ଵାରା ଅର୍ଥନୀତିରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ସୂଚନା ଯୋଗ୍ୟ ଯେ, ଗତ ୩ ତାରିଖ ଦିନ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଅମ୍ରିତ୍ୟ ଲୋଗୋ ଉଦଘାଟନ ପରେ ପ୍ରଗତି ଉତ୍ପାଦକ କମ୍ପାନୀ ଦ୍ୱାରା ସମ୍ବଲପୁରରେ ଏକ ଆମ୍ବ ତୋଳିବା ଓ ପ୍ୟାକିଙ୍ଗ ପାଇଁ ମାଳାଡିୟମ ଓ ଏକ୍ସପୋର୍ଟ ତରଫରୁ ଏକ ପ୍ରଶିକ୍ଷଣ ଦିଆଯାଇଥିଲା ଓ ପରେ ଚାଷୀମାନେ ନିଜେ କ୍ୟାରେଡରେ ପ୍ୟାକିଙ୍ଗ କରିଥିଲେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×