ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ ଯୋଜନାର ଲାଗୁ କରିବା ସମୟରେ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତିକୁ ରକ୍ଷା କରି ପ୍ରତ୍ୟେକ ବର୍ଷ ଦୁଇଟି କିସ୍ତିରେ ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ ଚାଷୀମାନଙ୍କୁ ସହାୟତା ଦିଆଯାଉଛି। ଏହା ବ୍ୟତୀତ କୃଷି ବିଦ୍ୟାନିଧି ଯୋଜନାରେ ଚାଷୀମାନଙ୍କ ସନ୍ତାନମାନଙ୍କୁ ଉଚ୍ଚଶିକ୍ଷା ତଥା ବୈଷୟିକ ଶିକ୍ଷା ନିମନ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଇଛି। ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନାରେ ଚାଷୀମାନେ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ପାଇପାରୁଛନ୍ତି।
ସେହିପରି ଚଳିତ ବର୍ଷ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଖରିଫ୍ ୠତୁ ନିମନ୍ତେ ସିଏମ୍ କିଷାନ ସହାୟତା ରାଶି ବାବଦରେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୦୦୦ କୋଟିରୁ ଅଧିକ ସହାୟତା ରାଶି ବଣ୍ଟନ କରିବେ ବୋଲି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସମୃଦ୍ଧ କୃଷକ, ବିକଶିତ ଓଡ଼ିଶାକୁ ସଫଳ କରିବା ପାଇଁ ମାନ୍ୟବର ସରକାର ଅନେକ ଉନ୍ନତିମୂଳକ ପଦକ୍ଷେପ ନେଉଛନ୍ତି ଯାହାକି ରାଜ୍ୟର କୃଷକମାନଙ୍କ ପାଇଁ ଏକ ଉତ୍ତମ ସହଯୋଗ ହୋଇପାରୁଛି। ବିକଶିତ ଓଡ଼ିଶା ଗଠନ କରିବା ପାଇଁ କୃଷକଙ୍କୁ ସମୃଦ୍ଧ କରିବା ନିତାନ୍ତ ଜରୁରୀ, ତେଣୁ ଏଥିପାଇଁ ରାଜ୍ୟ ସରକାର ଦେଉଥିବା ପ୍ରତିଶ୍ରୁତି ଦିନକୁ ଦିନ ପୂର୍ଣ୍ଣ କରିଆସୁଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ