କୃଷି ଯାନ୍ତ୍ରିକୀକରଣରେ e-RUPI ପ୍ରଚଳନ

କୃଷି ଯନ୍ତ୍ରପାତି କ୍ରୟରେ ହିତାଧିକାରୀ ସମ୍ପୂର୍ଣ୍ଣ ରାଶି ଦାଖଲ ପରେ ଡିବିଟି ମାଧ୍ୟମରେ ରିହାତି ଅର୍ଥ ଫେରି ପାଉଥିଲେ। ଏବେ କୃଷି ଯାନ୍ତ୍ରିକୀକରଣରେ e-RUPIର ପ୍ରଚଳନ ପରେ ହିତାଧିକାରୀ କେବଳ କୃଷକ ଅଂଶ ଜମା କରି ଏହି ସୁବିଧା ଉପଲବ୍ଧ କରି ପାରିବା ସହ ଆର୍ଥିକ ଲାଭବାନ ହେବେ ବୋଲି ରାଜ୍ୟ ସରକାର କହିଛନ୍ତି। କୀଟନାଶକ ସିଞ୍ଚନ ଯନ୍ତ୍ର ତଥା ଜଳସେଚନ ପମ୍ପସେଟ୍ କ୍ରୟ ଉପରେ ଅଗ୍ରୀମ ରିହାତି ପ୍ରଦାନ ପାଇଁ e – RUPI ପ୍ରଚଳନ କରାଯାଇଛି। ଚାଷୀମାନେ କେବଳ ନିଜ ଅଂଶ, ବିଭାଗୀୟ ଆକାଉଣ୍ଟରେ ଜମା କରିବେ ଓ ରିହାତି ପରିମାଣର e-RUPI ଭାଉଚର୍ ସ୍ଥିରୀକୃତ ବିକ୍ରେତାଙ୍କୁ ହସ୍ତାନ୍ତର କରିବେ।

ଚାଷୀଙ୍କୁ ଫୋନରେ ପଠାଯାଇଥିବା e-RUPI ଭାଉଚରଗୁଡ଼ିକୁ ରିଡିମ୍ କରିବା ପାଇଁ ବିକ୍ରେତା ଇନଷ୍ଟାବିଜ୍ ଆପ ଡାଉନଲୋଡ କରି ପଞ୍ଜିକରଣ କରିବା ଆବଶ୍ୟକ। ବିଶେଷକରି ଭାଉଚର ଜେନେରେଟ କରିବାର ସର୍ବାଧିକ ୫ ଥର ବିଫଳ ହେବା ପରେ ଡିବିଟି ପ୍ରକଳ୍ପ ଉପଲବ୍ଧ ହୋଇଥାଏ। ଏହା ଚାଷୀମାନଙ୍କ ପାଇଁ ଏକ ନୂତନ ସହାୟତା ଯାହାକି ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳନ କରାଯାଇଛି। ଏହା ଦ୍ଵାରା ରାଜ୍ୟର ଅନେକ ଚାଷୀଙ୍କ ପାଇଁ ସହାୟତା ହୋଇପାରିବ ବୋଲି ଆଶା କରାଯାଉଛି। ଚାଷୀଙ୍କ ପାଇଁ କୃଷି ଯନ୍ତ୍ରପାତି ବର୍ତ୍ତମାନ ପ୍ରମୁଖ ଆବଶ୍ୟକତା ଥିବାରୁ e-RUPI ପ୍ରଚଳନ କରାଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×