ପବିତ୍ର ମହାବିଷୁବ ସଂକ୍ରାନ୍ତି : ଓଡ଼ିଆ ନବବର୍ଷ

ଆଜିର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ଓଡ଼ିଆ ନୂଆବର୍ଷ ଭାବରେ ପାଳନ କରାଯାଏ। ଓଡ଼ିଆ ପରମ୍ପରା ଅନୁଯାୟୀ, ଏହି ଦିନଠାରୁ ଓଡ଼ିଆ ନୂତନ ବର୍ଷର ଆରମ୍ଭ ହୋଇଥାଏ। ଆଜିଠୁ ନୂଆ ବର୍ଷ ଆରମ୍ଭ ହୋଇଥିବାରୁ ପ୍ରତ୍ୟେକ ଓଡି଼ଆଙ୍କ ଘରେ ଓ ମନ୍ଦିର ଗୁଡିକରେ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଏ। ଅନେକ ସ୍ଥାନରେ ଝାମୁଯାତ୍ରା ମଧ୍ୟ ପାଳନ କରାଯାଏ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ। ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ।

ମାହାବିଷୁବ ସଂକ୍ରାନ୍ତିରେ ଦଣ୍ଡଧାରୀଙ୍କ ଦଣ୍ଡଯାତ୍ରା ସମାପନ ହୋଇଥାଏ। ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କୁହାଯାଏ। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ନୂତନ ଓଡ଼ିଆ କ୍ୟାଲେଣ୍ଡର ସହିତ ନୂତନ ପାଞ୍ଜି ପ୍ରଚଳନ ଆରମ୍ଭ ମଧ୍ୟ ହୋଇଥାଏ। ଦକ୍ଷିଣ ଓଡ଼ିଶାରେ ଏକ ମାସଧରି ଚାଲିଥିବା ଦଣ୍ଡ ନାଚର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ। ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡକ ପର୍ବ ନାମରେ ପାଳନ କରାଯାଏ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

 

Spread the love

Leave a Comment

Your email address will not be published. Required fields are marked *

Scroll to Top
×