ସୋରିଷ ହେଉଛି ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଫସଲ, ଯାହା ଭାରତର ତୈଳବୀଜ କ୍ଷେତ୍ରର ୨୭.୮ ପ୍ରତିଶତ ପ୍ରତିନିଧିତ୍ଵ କରିଥାଏ, ସୋରିଷ ଉତ୍ପାଦନ କ୍ଷେତ୍ରରେ ଭାରତ ସମଗ୍ର ପୃଥିବୀରେ ମୁଖ୍ୟ ସ୍ଥାନ ଅଧିକାର କରିଛି। ଆମ ରାଜ୍ୟ ଓଡ଼ିଶାରେ ସୋରିଷ ଚାଷ କେବଳ ଶୀତ ଋତୁରେ ହୋଇଥାଏ। ଉନ୍ନତ ସୋରିଷ ଚାଷ ଶିଖିବା ପାଇଁ କ୍ଲଷ୍ଟର – ୫, ଟିଟିଲାଗଡ, ବଲାଙ୍ଗୀରର ପ୍ରଗତିଶୀଳ କୃଷକମାନେ ରାଜସ୍ଥାନର ଭରତପୁରସ୍ଥିତ ରାପିଶିଡ-ସୋରିଷ ଅନୁସନ୍ଧାନ ନିର୍ଦ୍ଦେଶାଳୟ ପରିଦର୍ଶନ କରିଥିଲେ। ସେମାନେ ଉନ୍ନତ ବିହନ କିସମ, ଦକ୍ଷ ଅଭ୍ୟାସ ଏବଂ ରାଜ୍ୟରେ ଉତ୍ପାଦକତା ବୃଦ୍ଧି କରିବାର ଉପାୟ ଅନୁସନ୍ଧାନ କରିଥିଲେ।
ସାଧାରଣ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ତୈଳବୀଜ ଫସଲ ମାନବ ଏବଂ ପଶୁ ପୋଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତ ସୋରିଷ ଫସଲ ଉତ୍ପାଦନ କରିବାରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ସୋରିଷ ଚାଷୀଙ୍କୁ ନୂତନ ଯନ୍ତ୍ରପାତି ଓ ଜ୍ଞାନକୌଶଳର ଫଳପ୍ରଦତା ଉପରେ ବିଶ୍ୱାସ କରାଇ ଏବଂ ସେମାନଙ୍କୁ ନୂତନ ପଦ୍ଧତି ଗ୍ରହଣ ପାଇଁ ପ୍ରେରଣା ଦେଇ, ସେମାନଙ୍କ ପ୍ରଦର୍ଶନକୁ ପ୍ରମାଣିତ କରିବା ଆବଶ୍ୟକ। ପୂର୍ବରୁ କୃଷକମାନେ ପାରମ୍ପରିକ ପଦ୍ଧତି ଓ ଯନ୍ତ୍ରପାତି ବ୍ୟବହାର କରି ଚାଷ କରିବା ଦ୍ୱାରା ନିଜର ପରିଶ୍ରମ ବୃଦ୍ଧି ହେବା ସହ ରୋଜଗାର ମଧ୍ୟ ହ୍ରାସ ପାଉଥିଲା, କିନ୍ତୁ ବର୍ତ୍ତମାନ ନୂତନ ଯନ୍ତ୍ରପାତି ଓ ଜ୍ଞାନକୌଶଳ ଆପଣେଇ ଚାଷ କାର୍ଯ୍ୟ କଲେ ନିଶ୍ଚିତ ରୂପେ ଉତ୍ପାଦନରେ ବୃଦ୍ଧି ହେବା ସହ ରୋଜଗାର ମଧ୍ୟ ବୃଦ୍ଧି ହୋଇପାରିବ।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ