ସୁଭଦ୍ରା ଶକ୍ତି ମେଳା – ୨୦୨୫

  ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ସୁଭଦ୍ରା ଶକ୍ତି ମେଳା ୨୦୨୫ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆସନ୍ତା ଫେବୃୟାରୀ ୨୨ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ମେଳାରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠିର ପ୍ରାୟ ୭ଶହ ଗୋଷ୍ଠୀର ମହିଳା ଯୋଗଦେବା ସହ ୩୦୦ ଟି ଷ୍ଟଲରେ ଗୋଷ୍ଠି ଦ୍ବାରା ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନୀ ସମେତ ବିକ୍ରି କରାଯିବ। ଏହି ପ୍ରଦର୍ଶନୀ ଉତ୍ସବରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦ ପ୍ରଦର୍ଶିତ ହେବ, ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଏତଦବ୍ୟତୀତ ମେଳାରେ ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂ ମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ମଧ୍ୟ ଦେଖିବାକୁ ମିଳିବ। ଅନୁଷ୍ଠିତ ହେବାକୁ ଥିବା ଏହି ସୁଭଦ୍ରା ଶକ୍ତି ମେଳାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରଦର୍ଶନୀ ମାଧ୍ୟମରେ ଲୋକମାନେ ଅନେକ ପୁରାତନ, ନୂତନ ଓ ପାରମ୍ପରିକ ସାମଗ୍ରୀର ମଜା ନେଇପାରିବେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×