ଫସଲ ବିବିଧିକରଣ କାର୍ଯ୍ୟକ୍ରମରେ ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ

ବରଗଡ଼ ଜିଲ୍ଳା ଆମ୍ବାଭୋନା ବ୍ଲକ ଠାରେ ଅନୁଷ୍ଠିତ ଏକ ଫସଲ ବିବିଧିକରଣ କାର୍ଯ୍ୟକ୍ରମରେ ଅଗ୍ରଣୀ ଚାଷୀ ଭାଇଭଉଣୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଏହି ଉଦ୍ୟମ ପାଇଁ ଉତ୍ସାହିତ କରାଯାଇଛି। ଚାଷୀଙ୍କୁ ସମ୍ବର୍ଦ୍ଧିତ କରି ଚାଷୀ ଭାଇଭଉଣୀଙ୍କ ଆୟ ବୃଦ୍ଧି ପାଇଁ ବିଭାଗ ତରଫରୁ ନିରନ୍ତର ପ୍ରୟାସ ଜାରି ରହିଛି। ଜିଲ୍ଲାର ବିଭାଗୀୟ ମୁଖ୍ୟ ଅଧିକାରୀମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କେବଳ ଅଗ୍ରଣୀ ଚାଷୀ ନୁହଁ ବରଂ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ କୃଷକ ଉତ୍ପାଦକ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଛି। ଚାଷୀମାନେ ଉତ୍ସାହିତ ହୋଇ ଏହି କାର୍ଯ୍ୟକ୍ରମ ଆଗକୁ ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି।

ବରଗଡ଼ ଜିଲ୍ଲାର ଅଗ୍ରଣୀ ଚାଷୀ ଭାବେ ପରିଚିତ ହୋଇଥିବା, ସୁରେଶ ପ୍ରଧାନ, ନିର୍ମଳ ପ୍ରଧାନ, ଗୌରଚନ୍ଦ୍ର ପଟେଲ ଅନୁଷ୍ଠିତ ଫସଲ ବିବିଧିକରଣ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଏତଦବ୍ୟତୀତ ଜୟ ମା ରାମଚଣ୍ଡୀ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଆଦିମତା ସ୍ୱୟଂ ସହାୟିକା ଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଛନ୍ତି। କୃଷକ ଉତ୍ପାଦକ ସଂଗଠନ ମଧ୍ୟରୁ ବିର ସୁରେନ୍ଦ୍ର ସାଏ କୃଷକ ଉତ୍ପାଦକ କମ୍ପାନୀ ଓ ସବୁଜିମା କୃଷକ ଉତ୍ପାଦକ କମ୍ପାନୀକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଆମ୍ବୋଭୋନା ଅଞ୍ଚଳର ଅନେକ ଯୁବକ ସଂଘ ଏବଂ କୃଷି ବିଭାଗର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମ ପାଇଁ ଅନେକ ସହଯୋଗ କରିଥିଲେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×